୩ ଦିନିଆ ଆମେରିକା ଗସ୍ତରେ ମୋଦି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦିନିଆ ଆମେରିକା ଗସ୍ତ ପାଇଁ ଉଡ଼ାଣ ଭରି ସାରିଛନ୍ତି। ସେଠାରେ ପହଞ୍ଚି ସେ ଚତୁର୍ଥ କ୍ବାଡ୍‌ ସମ୍ମିଳନୀରେ ଅଂଶଗ୍ରହଣ କରିବେ ଏବଂ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ଏକ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିବେ। ଏହି କ୍ବାଡ୍‌ ସମ୍ମିଳନୀକୁ ଆମେରିକା ରାଷ୍ଟ୍ରପତି ତାଙ୍କ ନିଜ ସହ ୱିଲମିଙ୍ଗଟନରେ ଆୟୋଜନ କରିଛନ୍ତି।

ମୋଦି ନିଜ ଗସ୍ତ ସମୟରେ ନ୍ୟୁୟର୍କରେ ଥିବା ମିଳିତ ଜାତିସଂଘର ସାଧାରଣ ମହାସଭାକୁ ମଧ୍ୟ ସମ୍ବୋଧିତ କରିବେ। ତେବେ ଏହି ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅୟୋଜନ କରୁଥିବା କ୍ୱାଡ୍‌ ସମ୍ମିଳନୀରେ ଭାଗ ନେବାକୁ ଯାଉଥିବା ନେଇ ମୋଦି କହିଛନ୍ତି। ଏଥିସହ ରାଷ୍ଟ୍ରପତି ବାଇଡେନ୍‌, ପ୍ରଧାନମନ୍ତ୍ରୀ ଅଲ୍ୱାନିଜ ଓ ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ସହ ଏହି ସମ୍ମିଳନୀରେ ଭେଟ୍‌ଘେଟ ହେବାକୁ ନେଇ ସେ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।  ତେବେ ଭାରତ ଚଳିତ ବର୍ଷ କ୍ୱାଡ୍‌‌ ଶିଖର ସମ୍ମିଳନୀ ଆୟୋଜନ କରିବାର ଥିଲା। କିନ୍ତୁ ଆମେରିକାର ଅନୁରୋଧ କ୍ରମେ ଭାରତ ୨୦୨୫ରେ ଏହି ଶିଖର ସମ୍ମିଳନୀ ଆୟୋଜନ କରିବ।

ଶିଖର ସମ୍ମିଳନୀରେ ସାମିଲ ହୋଇଥିବା ସଦସ୍ୟ ଦେଶର ନେତାମାନେ କ୍ୱାଡର ଅଗ୍ରଗତିର ସମୀକ୍ଷା କରିବେ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେସ୍‌‌ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ମଧ୍ୟ ଏଥିରେ ଯୋଗ ଦେବେ। ଏହାସହିତ ମୋଦୀ ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାରେ ଏକ ଶିଖର ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ସେପ୍ଟେମ୍ବର ୨୨ରେ ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟର ଏକ ସମାବେଶକୁ ସମ୍ବୋଧିତ କରିବେ।

Leave A Reply

Your email address will not be published.