ଓଡ଼ିଆ ନ୍ୟୁଜ୍: ଆତିଥ୍ୟପୂର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଲେ ରାଷ୍ଟ୍ରପତି ପୁଟିନ।ଭାରତୀୟ ଅର୍ଥନୀତି ପାଇଁ ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ଜାରି ରଖିବୁ।ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଉଭୟ ଦେଶ।ବାଣିଜ୍ୟିକ ନେଣଦେଶ ବର୍ତ୍ତମାନ ପ୍ରାୟ ୯୬ ପ୍ରତିଶତ ହୋଇସାରିଛି।ଗତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ପରିମାଣ ୧୨% ବୃଦ୍ଧି ପାଇ ନୂଆ ରେକର୍ଡ କରିଛି। ବିଭିନ୍ନ ତଥ୍ୟ ଅନୁସାରେ ଏହି ସଂଖ୍ୟା ଅଳ୍ପ ଅଧିକ କମ୍ ଦେଖାଯାଇପାରେ।କିନ୍ତୁ ସାଧାରଣରେ ଏହା ପ୍ରାୟ ୬୪ ବିଲିୟନ ଆମେରିକୀୟ ଡଲାର।ଚଳିତ ବର୍ଷର ଫଳାଫଳ ମଧ୍ୟ ଏହି ସ୍ତରରେ ରହିବା ନେଇ ଆଶାବାଦୀ।ବୁଝାମଣାରେ ଆମେ ୧୦୦ ବିଲିୟନ ଡଲାରର ଲକ୍ଷ୍ୟ ଛୁଇଁବାକୁ ସମର୍ଥ।ପ୍ରଧାନମନ୍ତ୍ରୀ ଆମକୁ ଏକ ଲମ୍ବା ତାଲିକା ଦେଇଛନ୍ତି- ପୁଟିନ୍।
ଆମର ସରକାରଙ୍କ ସର୍ବାଧିକ ଧ୍ୟାନ ଦେଉଛି, କରିବୁ ମଧ୍ୟ।ଭାରତର ସବୁଠାରୁ ବଡ଼ ପରମାଣୁ କେନ୍ଦ୍ର ନିର୍ମାଣ ଉପରେ କାମ କରୁଛୁ। ୬ଟି ରିଆକ୍ଟର୍ରୁ ୩ଟି ପୂର୍ବରୁ ବିଦ୍ୟୁତ୍ ଗ୍ରିଡ୍ ସହିତ ସଂଯୋଗ ହୋଇସାରିଛି। ନୂଆ ଅନ୍ତର୍ଜାତୀୟ ପରିବହନ ମାର୍ଗ ଗଢ଼ିବା ଉପରେ କାମ କରୁଛୁ।ଭାରତ ମହାସାଗର ଉପକୂଳ ପର୍ଯ୍ୟନ୍ତ ନର୍ଥ୍-ସାଉଥ୍ ପରିବହନ କରିଡର ଲକ୍ଷ୍ୟ।
୨ ଦେଶ ମିଶି ସ୍ୱାଧୀନ ଓ ଆତ୍ମନିର୍ଭରଶୀଳ ବୈଦେଶିକ ନୀତି ପାଳନ କରୁଛୁ।ସମାନ ଚିନ୍ତାଧାରା ଥିବା ଦେଶମାନଙ୍କ ସହିତ ଏହି ନୀତି ଆଗେଇ ନେଇଯାଉଛୁ। ଜାତିସଂଘରେ ଲିପିବଦ୍ଧ ଅନ୍ତର୍ଜାତୀୟ ଆଇନର ମୌଳିକ ନୀତିକୁ ସୁରକ୍ଷା ଦେଉଛୁ।BRICSର ପ୍ରତିଷ୍ଠାତା ଦେଶ ଭାବେ ସଂଗଠନର ପ୍ରତିପତ୍ତି କାମ କରୁଛୁ।ଆସନ୍ତା ବର୍ଷ ଭାରତ BRICSର ଅଧ୍ୟକ୍ଷତା ଗ୍ରହଣ କରିବ- ପୁଟିନ୍।ଭାରତୀୟ ବନ୍ଧୁମାନଙ୍କୁ ସବୁ ପ୍ରକାରର ଆବଶ୍ୟକ ସହଯୋଗ ଦେବୁ।ଭାରତୀୟ ସୈନ୍ୟବାହିନୀକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ୫୦ ବର୍ଷ ହେଲା ଚାଲିଛି।ରୁଷିଆ-ଭାରତ ଭାଗିଦାରୀ ଆହୁରି ମଜଭୁତ ହେବ- ପୁଟିନ୍।