ତେଲେଙ୍ଗାନାରେ ମୋଦିଙ୍କ ରଣହୁଙ୍କାର

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ମଝିରେ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ରାଜ୍ୟରେ ଘନ ଘନ ଜନସଭା, ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା ଗସ୍ତର ଅନ୍ତିମ ଦିନ ଥିଲା । ଗୋଟିଏ ଦିନରେ ରାଜ୍ୟର ଦୁଇଟି ସ୍ଥାନରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଡଙ୍ଗା ବୁଡିବାକୁ ବସିଛି । ଡିସେମ୍ବର 3ରେ ତାଙ୍କର ଟିକେଟ କଟିଯିବ । କେସିଆର ଏହା ବୁଝିଥିବାରୁ ବ୍ୟତିବ୍ୟସ୍ତ ବିଚଳିତ ହେଲେଣି ।

ତେଲେଙ୍ଗାନାର କରିମନଗରରେ ଏକ ଜନସଭାକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେଲେଙ୍ଗାନାରେ ବିଜେପିର ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଓ କ୍ଷମତାସୀନ ବିଆରଏସ ଉପରେ ବର୍ଷିଛନ୍ତି। ଉଭୟ ଦଳ ସମାନ ପାପୀ ଓ ଉଭୟ ରାଜ୍ୟଙ୍କୁ ଧ୍ୱଂସ କରିଦେଇଛ | ତେଲେଙ୍ଗାନାର ବିଶ୍ୱାସ ବିଜେପି ଉପରେ ରହିଛି। ତେଲେଙ୍ଗାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବେ ବୋଲି ସମସ୍ତେ ପ୍ରତିଜ୍ଞା କରିଛନ୍ତି। ଯଦି ବିଜେପି କ୍ଷମତାକୁ ଆସିବ, ତା’ହେଲେ ଜଣେ ପଛୁଆ ବର୍ଗର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇବ।” କଂଗ୍ରେସ ଓ ବିଆରଏସ୍‌ ତୁଷ୍ଟୀକରଣ ଓ ବଂଶବାଦ ରାଜନୀତି କରୁଥିବା ମୋଦି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଉଭୟ ଦଳ ଧର୍ମ ଆଧାରରେ ତୁଷ୍ଟୀକରଣ ରାଜନୀତି କରୁଛନ୍ତି। ଉଭୟ ଦଳ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି। ଉଭୟ ଦଳ ବଂଶବାଦକୁ ଆଗକୁ ନେଉଛନ୍ତି।

ସେମାନେ ତୁଷ୍ଟୀକରଣରେ ନୂଆ ରେକର୍ଡ କରିଛନ୍ତି। ଏହି ଦଳ ଯେଉଁଠି ବି କ୍ଷମତାରେ ରହୁଛନ୍ତି, ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ପୂରା ଧ୍ୱଂସ ହୋଇଯାଉଛି। କଂଗ୍ରେସ ଓ ବିଆରଏସ ଦଳିତ ଏବଂ ଓବିସି ବର୍ଗଙ୍କୁ ଧୋକା ଦେଇଛନ୍ତି। ବିଜେପି ଆଦିବାସୀ ଓ ଅନୁସୂଚିତ ଜାତିର ଲୋକଙ୍କ ଉନ୍ନତି ପାଇଁ କାମ କରୁଛି। ବିଜେପିର ଶକ୍ତି ବଢ଼ୁଥିବାରୁ କେସିଆର ହରଡ଼ଘଣାରେ ପଡ଼ିଛନ୍ତି। ବିଜେପିର ଶକ୍ତି ବୃଦ୍ଧି ପାଇବ ବୋଲି କେସିଆର ବହୁତ ଆଗରୁ ଜାଣିପାରିଥିଲି। ଏଥିପାଇଁ ସେ ବିଜେପି ସହ ବନ୍ଧୁତା କରିବାକୁ ଚାହୁଁଥିଲେ। ଗୋଟିଏ ଥର କେସିଆର ଦିଲ୍ଲୀ ଆସିଥିଲେ ଓ ମୋ ସହ ଭେଟ ହୋଇ ବନ୍ଧତା ସ୍ଥାପନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ବିଜେପି କେବେ ହେଲେ ତେଲେଙ୍ଗାନ ଲୋକଙ୍କ ଇଚ୍ଛା ବିରୋଧରେ ଯାଇ ପାରିବ ନାହିଁ। କେସିଆର ଓ ବିଆରଏସ୍‌ର ପ୍ରସ୍ତାବ ବିଜେପି ଅଗ୍ରାହ୍ୟ କରି ଦେବାରୁ ସେମାନେ ରାଗି ଯାଇଛନ୍ତି।

Leave A Reply

Your email address will not be published.