ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ସଫେଇ କର୍ମଚାରୀ ଓ କିନ୍ନର ସାମିଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): 2024 ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ NDA ମେଣ୍ଟକୁ ମିଳିଛି ବହୁମତ । ଆସନ୍ତା ରବିବାର ଭବ୍ୟ ସମାରୋହରେ ଶପଥ ପାଠ କରିବେ। ଏହି ସମାରୋହରେ ଅନେକ ବିଦେଶୀ ରାଷ୍ଟ୍ର ନେତାଙ୍କୁ ନିମନ୍ତ୍ରଣ କରାଯାଇ ଥିବାବେଳେ ସ୍ୱତନ୍ତ୍ର ଅତିଥି ତାଲିକାରେ ଅଛନ୍ତି ସଫେଇ କର୍ମଚାରୀଙ୍କ ସମେତ କିନ୍ନର। ସୂଚନା ଅନୁସାରେ, ମୋଦିଙ୍କ ଶପଥ ଗ୍ରହଣ ସମାରୋହ ବଡ଼ ବଡ଼ ବିଶ୍ବନେତାଙ୍କ ସହ ସାମିଲ ହେବେ ତୃତୀୟ ଲିଙ୍ଗୀ ଓ ଶ୍ରମିକ ।

ଏମାନେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟଠୁ ଆରମ୍ଭ କରି ବନ୍ଦେ ଭାରତ ପ୍ରକଳ୍ପ, ମେଟ୍ରୋ ଟ୍ରେନ ପ୍ରକଳ୍ପ, ଜନସ୍ବାସ୍ଥ୍ୟ ବିଭାଗର ସଫେଇ କାର୍ଯ୍ୟରେ ନିୟୋଜିତ ଥିଲେ | ଶପଥ ଗ୍ରହଣ ସମାରୋହ ଲାଗି ବିଜେପି ପକ୍ଷରୁ ସ୍ବତନ୍ତ୍ର ଅତିଥିଙ୍କ ତାଲିକା ପ୍ରସ୍ତୁତ ଚାଲିଛି । ଶ୍ରମିକ, ସଫେଇ କର୍ମଚାରୀ, ତୃତୀୟ ଲିଙ୍ଗୀ ଏହି ସମାରୋହରେ ଯୋଗଦେବେ । ଏହାସହିତ ପଡ଼ୋଶୀ ଓ ବନ୍ଧୁ ରାଷ୍ଟ୍ରର ମୁଖ୍ୟ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି । ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ଅନେକ ସଦସ୍ୟ ମଧ୍ୟ ସାମିଲ ହେବେ ।

ଏହାବାଦ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ମଧ୍ୟ ଏହି ଭବ୍ୟ ସମାରୋହରେ ଉପସ୍ଥିତ ରହିବେ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମେସିଂହେଙ୍କୁ ପୂର୍ବରୁ ନିମନ୍ତ୍ରଣ ସହିଛି। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଏହି ସମାରୋହରେ 8 ହଜାରରୁ ଅଧିକ ଅତିଥି ଯୋଗଦେବେ। ଏଥିପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

Leave A Reply

Your email address will not be published.