ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାରେ ନୂଆ ପିସିସି ସଭାପତି ଚୟନ ହେଲା ପରେ ବହୁ ବିଜେଡି ନେତା କଂଗ୍ରେସରେ ସାମିଲ୍ ହେବେ। ବର୍ତ୍ତମାନ ସେମାନେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ଖୁବଶୀଘ୍ର ଦିଲ୍ଲୀରୁ ଦୁଇଜଣ କଂଗ୍ରେସ ପ୍ରତିନିଧି ଓଡ଼ିଶା ଆସିବେ। ଏଠାରେ ତୃଣମୂଳ କର୍ମୀଙ୍କ ସହ ଆଲୋଚନା କରିବେ। ଆଲୋଚନା ନିର୍ଯ୍ୟାସକୁ ନେଇ ସେମାନେ ଦିଲ୍ଲୀ ଫେରିବେ।
ଏହାପରେ ହାଇକମାଣ୍ଡ ପିସିସିଙ୍କ ନାଁ ଘୋଷଣା କରିବେ ବୋଲି କହିଛନ୍ତି ମହମ୍ମଦ ମୋକିମ। ପିସିସି ସଭାପତି ଚୟନକୁ ନେଇ ମହମ୍ମଦ ମୋକିମ କହିଛନ୍ତି, ବିଗତ ଦିନରେ ଓଡ଼ିଶାରେ କଂଗ୍ରେସ ଭଲ କରିପାରିନଥିଲା। ଯେଉଁଥିପାଇଁ କେନ୍ଦ୍ରୀୟ ନେତୃତ୍ୱ ଚିନ୍ତା ବ୍ୟକ୍ତ କରିଥିଲେ। ତେଣୁ ପିସିସି କମିଟିକୁ ଭାଙ୍ଗି ଦେଇଥିଲେ। ଓଡ଼ିଶାରେ ନୂଆ ମଙ୍ଗୁଆଳ ଚୟନ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ ହୋଇଛି। କମିଟି ବିଭିନ୍ନ ପର୍ଯ୍ୟାୟ ଓଡ଼ିଶାର ନେତାଙ୍କ ସହିତ ଆଲୋଚନା କରୁଛନ୍ତି।
ଆଗାମୀ ସପ୍ତାହରେ ଆଲୋଚନା ପାଇଁ ଏଆଇସିସିରୁ ଦୁଇ ଜଣ ବରିଷ୍ଠ ସଦସ୍ୟ ଓଡ଼ିଶା ଗସ୍ତରେ ଆସିବେ। ସେମାନେ ଓଡ଼ିଶାର ତୃଣମୂଳ ସ୍ଥରରେ ଥିବା ନେତାମାନଙ୍କୁ ଭେଟି ଆଲୋଚନା କରିବେ। ଏହା ପରେ କଂଗ୍ରେସର ସର୍ବୋଚ୍ଚ ନେତୃତ୍ୱ ନୂଆ ମଙ୍ଗୁଆଳ ଚୟନ କରିବେ। ସିଏ ସାଧାରଣ ଲୋକଙ୍କ ପାଇଁ କାମ କରୁଥିବା, ସେପରି ବ୍ୟକ୍ତିଙ୍କୁ ଚୟନ କରାଯିବ। ଦୀପାବଳି ପାଖାପାଖି ନୂଆ ପିସିସି ସଭାପତି ନାଁ ଘୋଷଣା କରାଯିବ ବୋଲି ମୋକିମ୍ କହିଛନ୍ତି।
Comments are closed.