ଓଡ଼ିଆ ନ୍ୟୁଜ୍: ନୂଆ ଦଳ ଗଠନକୁ ନେଇ ମହମ୍ମଦ ମୋକିମ୍ଙ୍କ ବଡ଼ ସୂଚନା। ଓଡ଼ିଶା ଜନତା କଂଗ୍ରେସ କିମ୍ବା ଓଡ଼ିଶା ଲୋକ କଂଗ୍ରେସ ନାଁ ହୋଇପାରେ। ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିନୁ, ଉଦ୍ୟମ ଚାଲିଛି- ମୋକିମ୍। ଓଡ଼ିଶା କୈନ୍ଦ୍ରିକ ପାର୍ଟି ହେବ, ଓଡ଼ିଆ ଲୋକଙ୍କ ପାଇଁ କାମ କରିବ। ପ୍ରସ୍ତୁତି ଚାଲିଛି, ବିଭନ୍ନ ନେତା ଓ ଲୋକଙ୍କୁ ଭେଟୁଛୁ- ମୋକିମ୍।୩୦ରେ ମହିଳା ସମାବେଶ, ଫେବ୍ରୁଆରୀ ୫ରେ କୃଷକ ସମାବେଶ ହେବ।ବିଭିନ୍ନ ସମସ୍ୟା ସଂପର୍କରେ ସମାବେଶରେ ଆଲୋଚନା ହେବ। ଦଳ ଗଠନ ପରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କାମ କରିବୁ।ବିଭିନ୍ନ କାର୍ଯ୍ୟକ୍ରମରେ ସୋଫିଆ ପିର୍ଦ୍ଦୋସଙ୍କ ଉପସ୍ଥିତିକୁ ନେଇ ପ୍ରତିକ୍ରିୟା।ସୋଫିଆ ମୋକିମ୍ ଫାଉଣ୍ଡେସନର ଟ୍ରଷ୍ଟି ଥିବାରୁ ଉପସ୍ଥିତ ରହୁଛନ୍ତି।ସୋଫିଆ କଂଗ୍ରେସରେ ଅଛନ୍ତି, କଂଗ୍ରେସ ପାଇଁ କାମ କରୁଛନ୍ତି: ମୋକିମ୍।
ମାର୍ଚ୍ଚ ମାସ ଶେଷ ବେଳକୁ ଦଳର ଅନ୍ତିମ ରୂପରେଖ ପ୍ରସ୍ତୁତ ହୋଇ ସାରିଥିବ । ପରେ ଆମେ ସୂଚନା ରଖିବୁ ବୋଲି ମୋକିମ କହିଛନ୍ତି। ଓଡ଼ିଶା ଜନ କଂଗ୍ରେସ, ଲୋକ କଂଗ୍ରେସ କିମ୍ବା ଓଡ଼ିଶା ଜନତା କଂଗ୍ରେସ ନାଁ ଦିଆଯାଇପାରେ । ସେ ନେଇ ଆଲୋଚନା ଓ ବିଚାର ବିମର୍ଶ ଚାଲିଛି। ଶୁଭେଚ୍ଛୁ ମାନଙ୍କର ମତ ନିଆଯାଉଛି ବୋଲି ମୋକିମ କହିଛନ୍ତି । ଯାହା ନାଁ ରଖାଯିବ ସେଥିରେ ଓଡ଼ିଶା ଏବଂ କଂଗ୍ରେସର ନାଁ ରହିବ । ଆମ ଚିନ୍ତାଧାରା ଧର୍ମନିରପେକ୍ଷ। ଦଳ ପଞ୍ଜୀକୃତ ହେବା ପରେ ସୂଚନା ଦିଆଯିବ ବୋଲି ମୋକିମ ମହିଛନ୍ତି ।