୯୪ ପ୍ରତିଶତ ଅଭିଯୋଗ ସମାଧାନ: CMO

0

ଓଡ଼ିଆ ନ୍ୟୁଜ୍:ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ୯୪% ଅଭିଯୋଗ ସମାଧାନ।ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଗଲା ସୂଚନା।୧୬ତମ ପାଳି ସୁଦ୍ଧା ୯୪ ପ୍ରତିଶତ ଅଭିଯୋଗର ହୋଇଛି ସମାଧାନ।୧୪,୦୫୪ଟି ଅଭିଯୋଗ ମଧ୍ୟରୁ ୧୩,୧୬୯ଟି ଅଭିଯୋଗର ସମାଧାନ।ଆଜି ୧୭ତମ ପାଳିରେ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀଙ୍କ ସହ ୫ ମନ୍ତ୍ର।

ଭଦ୍ରକର ବ୍ରଜକିଶୋର ବନ୍ଧାଙ୍କୁ ୧ ଲକ୍ଷ ଟଙ୍କା ଏବଂ ଯାଜପୁରର କାର୍ତ୍ତିକ ସିଙ୍କୁ ୧.୫୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରାଯାଇଛି। ପାଟଣାଗଡ଼ରୁ ଆସିଥିବା କିଡନୀ ଓ ସ୍ନାୟୁ ରୋଗୀ ତିଳୋତ୍ତମା ପାଣ୍ଡେଙ୍କ ଚିକିତ୍ସା ଓ ଯିବା ଆସିବା ଖର୍ଚ୍ଚ ଯୋଗାଇ ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ପୂର୍ବରୁ ୧୬ ଟି ଅଭିଯୋଗ ଶୁଣାଣିରେ ୧୪ ହଜାର ଅଭିଯୋଗରୁ ୧୩,୧୬୯ଟି ର ସମାଧାନ କରାଯାଇଛି । ଯାହା ପ୍ରାୟ ୯୪ ପ୍ରତିଶତ ହେବ। କିଛି ବିଚାରାଧୀନ ରହିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଲ୍ଲା ସ୍ତରରେ ଅନେକ ଅଭିଯୋଗର ସମାଧାନ ହେଉଛି । ଯେଉଁ ଗୁଡ଼ିକ ଗୁରୁତର ରହିଛି ରାଜ୍ୟ ସ୍ତରକୁ ଆସୁଛି । ଯାହା ନିୟମ ପରିସର ଭିତରେ ଆସିବ ତାର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।odisha cm names

Leave A Reply

Your email address will not be published.