ପାରାଦୀପ ହେବ ପୂର୍ବ ଭାରତର ପ୍ରବେଶ ଦ୍ୱାର: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ପାରାଦୀପ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ କହିଲେ ମୁଖ୍ୟମନ୍ତ୍ରୀ। କଳିଙ୍ଗ ବାଲିଯାତ୍ରା ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା। ମୁମ୍ବାଇ ପଶ୍ଚିମ ଭାରତର ପ୍ରବେଶ ଦ୍ବାର ହେଲେ ପାରାଦୀପ ହେବ ପୂର୍ବ ପ୍ରବେଶ ଦ୍ବାର।ଗତ ବାଲିଯାତ୍ରାରେ କହିଥିଲି ପାରାଦୀପରେ ୧ ଲକ୍ଷ କୋଟି ନିବେଶ ହେବ। ଏଯାଏଁ ପାରାଦୀପରେ ୧ ଲକ୍ଷ ୪୫ ହଜାର କୋଟିର ନିବେଶ କରିଛୁ।ଆଗକୁ ପାରାଦୀପରେ ଆହୁରି ୧ ଲକ୍ଷ କୋଟି ନିବେଶ ହେବ।ପେଟ୍ରୋକେମିକାଲ୍ସରେ ୨୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଭିଜନ ୨୦୩୬ ପୂରଣ ପାଇଁ ଆମ ସରକାର ମିଶନ ମୋଡ୍‌ରେ କାମ କରୁଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଖୁବଶୀଘ୍ର ପାରାଦୀପରେ ହେବ ବିମାନ ବନ୍ଦର। ମଙ୍ଗଳା ନଦୀରେ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ ହେବ।ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ କରିବାକୁ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ ହେବ। ରାଜ୍ୟ ସରକାର ଏଥିପାଇଁ ୫୦୦ କୋଟିର ଅର୍ଥ ବ୍ୟବସ୍ଥା କରିଛନ୍ତି।ପାରାଦୀପ କେବଳ ଜଳ ଓ ସ୍ଥଳପଥ ନୁହେଁ ଆକାଶପଥ ସହ ବି ଯୋଡ଼ିହେବ।

Leave A Reply

Your email address will not be published.