ଓଡ଼ିଆ ନ୍ୟୁଜ୍: ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁରୀକୁ ନିମନ୍ତ୍ରଣ କରାଯାଇଛି। ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସମସ୍ତ କେନ୍ଦ୍ରମନ୍ତ୍ରୀ, NDA ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି।
ନିମନ୍ତ୍ରଣ ହୋଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।ଅନ୍ୟପକ୍ଷେ ରଥଯାତ୍ରା ପାଇଁ ପୁରୀ ଚଳଚଞ୍ଚଳ ହୋଇ ଉଠିଛି। ରଥଖଳାରେ ମହାରଣା ସେବାୟତ ମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି। ଏକ ପ୍ରକାର ରଥଖଳା ଚଳଚଞ୍ଚଳ ହୋଇ ଉଠିଛି।