ଦିଲ୍ଲୀପ ବିଜୟୀ ହେବେ: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀପ ରାୟ ଜଣେ ବିଚକ୍ଷଣ ଓ ବୁଦ୍ଧିସମ୍ପନ୍ନ ରାଜନେତା କହିଲେ ମୁଖ୍ୟମନ୍ତ୍ରୀ। ‘ନିଜସ୍ବ ଶକ୍ତି ବଳରେ ରାଜ୍ୟସଭାକୁ ଯିବାର ନଜିର ରହିଛି। ‘ଆମ ଦଳର ସଭାପତି ଦିଲ୍ଲୀପଙ୍କୁ ସମର୍ଥନ ଘୋଷଣା କରି ସାରିଛନ୍ତି’।‘ସ୍ପଷ୍ଟ ସଂଖ୍ୟା ନ ଥିଲେ ବି ସେ ସ୍ବାଧୀନ ଭାବେ ବିଜୟୀ ହେବେ’। ‘ସଭାପତି ମନମୋହନ ସାମଲ, ସାଂସଦ ସୁଜିତ କୁମାର ଆମର ପ୍ରାର୍ଥୀ’।‘ଏଥିପାଇଁ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ କୃତଜ୍ଞତା’ବିଜେପିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଦୁଇ ଜଣ ଯୋଗ୍ୟ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଯାଉଛି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଧନ୍ୟବାଦ । ସଭାପତି ମନମୋହନ ସାମଲ ଏବଂ ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ କରାଯାଇଛି ।

ରାଜ୍ୟକୁ ସମୃଦ୍ଧ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମନମୋହନ ସାମଲ ତୃଣମୂଳ ସ୍ତରର ନେତା । ପୂର୍ବରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଭିଜ୍ଞତା ମନମୋହନଙ୍କ ପାଖେ ଅଛି । ସଂସଦରେ ତାଙ୍କ ସ୍ବର ସେ ଶାଣିତ କରିବେ । ସେହିପରି ସୁଜିତ୍ କୁମାର ଜଣେ ଉଚ୍ଚ ଶିକ୍ଷିତ । ରାଜ୍ୟସଭାରେ ପୂର୍ବରୁ ସେ ଅନେକ ସ୍ବର ଉଠାଇଛନ୍ତି । ସ୍ପଷ୍ଟ ବହୁମତ ଆମ ପାଖରେ ଅଛି । ୭୯ ବିଧାୟକ ଆମର ଅଛନ୍ତି । ସମର୍ଥକ ଭାବେ ସ୍ବାଧୀନ ବିଧାୟକ ୩ ଜଣ ଅଛନ୍ତି ।

Leave A Reply

Your email address will not be published.