ଦୁର୍ନୀତି ସହ ଯୋଡ଼ି ହୋଇଥିବା ବନ ଅଧିକାରୀ ମନ ବଦଳାନ୍ତୁ

0

ଓଡ଼ିଆ ନ୍ୟୁଜ୍: ଜଙ୍ଗଲ, ପାହାଡ ଓ ପ୍ରକୃତି ଯେଉଁଠି ସେଠାରେ ଆଦିବାସୀ ଲୋକେ ରୁହନ୍ତି । ଆମ ରାଜ୍ୟର ଚାରି ଭାଗ ଲୋକଙ୍କ ମଧ୍ୟରୁ ଏକ ଭାଗ ସେମାନେ । ଜଙ୍ଗଲ ତାଙ୍କର ଆଶ୍ରୟସ୍ଥଳୀ ନୁହେଁ ତାଙ୍କର ଘର ଦ୍ଵାର ସବୁକିଛି । ପ୍ରକୃତିକୁ ମା ପାରି ସେମାନେ ଦେଖିଥାନ୍ତି । ସଂଘର୍ଷ ହିନ୍ନ ବସବାସ କରିବେ ତାକୁ ଆମ ମାନଙ୍କୁ ଗୁରୁତ୍ଵ ଦେବାରେ ଅଛି । କାହିଁକି ନା ତାଙ୍କୁ ସେଠାରୁ ଆମେ କାଢି ପାରିବା ନାହିଁ । 48ଟି ବନଖଣ୍ଡରେ ଥିବା ଅଧିକାରୀ ମାନେ ଆପଣ । ତାଙ୍କ ସହ ଲଢେ଼ଇ ନ କରି ତାଙ୍କ ସହ ମିଶି ଚାଲିବାକୁ ହେବ । ଯାହା ପାଇଁ ଜଙ୍ଗଲ ବି ସୁରକ୍ଷିତ ରହିବ। ବୃକ୍ଷ ଲଗାଇବା,ସୁରକ୍ଷା ଦେବା ଓ ବଞ୍ଚାଇ ରଖିବାର ଆବଶ୍ୟକ ରହିଛି । ଆମ ନିକଟରେ ବର୍ତ୍ତମାନ ଆହ୍ବାନ ହୋଇ ରହିଛି । ଗଛର ଯତ୍ନ ନେଲେ ସେ ଆମ ପରିବେଶକୁ ପ୍ରଦୃଷଣ ମୁକ୍ତ ରଖିବ । ସାମାଜିକ , ଆର୍ଥିକ ଓ ପରିବେଶ ସୁରକ୍ଷା ପାଇଁ ବନ୍ୟପ୍ରାଣୀଙ୍କ ଆବଶ୍ୟକ । ବେନିୟମ ଭାବେ କିଛି ଲୋକ ନିଜର ଅର୍ଥ ଉତ୍ପାଦନ କରିବା ପାଇଁ ବନ୍ୟପ୍ରାଣୀଙ୍କ ଶିକାର କରିବା କାର୍ଯ୍ୟରେ ଲିପ୍ତ ରହିଛନ୍ତି ।

ମାକ୍ରୋ ମ୍ୟାନେଜମେଣ୍ଟ କରୁଥିବା ଅଧିକାରୀର ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜଙ୍ଗଲରେ ରହୁଥିବା ଆଦିବାସୀ ମାନେ ଲଘୁ ଜାତୀୟ ଦ୍ରବ୍ୟକୁ ନେଇ ତାଙ୍କର କିଛି ଦିନ ଜୀବନ କଟାଇ ଦେଉଛନ୍ତି । ସେହି ଜଙ୍ଗଲରେ ତାଙ୍କ ଖାଦ୍ୟ ଓ ତାଙ୍କ ଜୀବନ ଜୀବିକା ଓ ସଂସ୍କୃତି ରହିଛି । ବାଉଁଶ କରି କେବଳ ଏବେ ଅଧିବାସୀ ଖାଉ ନାହାନ୍ତି । ସାଧାରଣରେ ସମସ୍ତେ ତାକୁ ଖାଦ୍ୟ ଭାବରେ ଗ୍ରହଣ କଲେଣି । ଯିଏ ସମ୍ବଲପୁର ସାଇଟରୁ ମୋତେ ଭେଟିବାକୁ ଆସନ୍ତି ମୁଁ ତାଙ୍କୁ କୁହେ ସତ ସତିଆ ନେଇ କି ଆସିଲେ ମୋତେ ଭେଟିବ ନଚେତ୍ ନାହିଁ । ସେଥିପାଇଁ ସେମାନେ ଦୁଇ ପେଟି ନେଇ ଆସନ୍ତି ।

2006ରେ କେନ୍ଦୁଝର ଅଞ୍ଚଳରେ ଏକ୍ ଘଟଣା ଜୁଆଙ୍ଗ ମାନଙ୍କ ସହ ଘଟିଥିଲା । ଦୋଷ ତାଙ୍କର କଣ ଥିଲା ମୁଁ ଜାଣି ନାହିଁ । ସେଠାକାର DFO ଅଛନ୍ତି ତାଙ୍କ ଇତିହାସ କାଢ଼ନ୍ତୁ । କିନ୍ତୁ ସେ ଆଦିବାସୀ ମାନେ କଣ ଭୁଲ କରୁଥିଲେ ।ତାଙ୍କୁ ତିନିରୁ ଚାରି ମାସରୁ ଉର୍ଦ୍ଧ ସମୟ ଜେଲରେ ରଖା ଗଲା । କିନ୍ତୁ କଣ ତାଙ୍କର ଭୁଲ ଥିଲା । ଗଛ ଟିକେ କାଟିବା କିମ୍ବା ଜଙ୍ଗଲ ଦ୍ରବ୍ୟରେ ଚାଲିବା ଭୁଲ କି ?ଯେଉଁ ମାନେ ଦମି ମୂଲ୍ୟବାନ ଗଛ କାଟି ନେଉଛନ୍ତି ତାଙ୍କୁ ଘଣ୍ଟ ଘୋଡାଉଛନ୍ତି ଆମ ଅଧିକାରୀ । କିନ୍ତୁ ନିରୀହ ଜୁଆଙ୍ଗ ଉପରେ ଅତ୍ୟାଚାର କରୁଛନ୍ତି । ହଁ ତାଙ୍କର ଭୁଲ ଥାଇପାରେ କିନ୍ତୁ ତାର ଅର୍ଥ ନୁହେଁ କାର୍ଯ୍ୟାନୁଷ୍ଠାନ । ତାଙ୍କୁ ମୁଖ୍ୟ ସ୍ରୋତ କୁ ଫେରାଇ ଆଣିବାର ଆବଶ୍ୟକ ରହିଛି । ଅଧିକ ରୋଜଗାର କରିବାରେ ଅଧିକାରୀ ରହିଛନ୍ତି । କିନ୍ତୁ ସରକାର କାହାକୁ ଚଡ଼ିବେ ନାହିଁ । କିଛି ଲୋକ ବିଭାଗକୁ ବଦନାମ କରୁଛନ୍ତି । କିନ୍ତୁ ତାଙ୍କ ପାଇ ଦଣ୍ଡ ରହିଛି । କିଛି ଜଣଙ୍କ ପାଇଁ କାହିଁକି ବିଭାଗକୁ ବଦନାମ କରିବା । ଫିଲ୍ଡ ଭିଜିଟକୁ ଗୁରୁତ୍ଵ ଦେବା ଆମର ଦାୟିତ୍ଵ । ବୃକ୍ଷ ରୋପଣ କରିବା ଆମର ଗୁରୁଦାୟିତ୍ଵ । 52434 ବର୍ଗ କିଲୋମିଟରରେ ବୃକ୍ଷ ଅଛାଦିତ କରିପାରିଛେ । 6.52 ଗଛ ଲଗାଇ ଭାରତବର୍ଷରେ ଚତୁର୍ଥ ସ୍ଥାନ ନେଇଛେ। ପ୍ରତିଦିନ ଆମେ ପାଖାପାଖି 10ଲକ୍ଷ ଗଛ ଲଗାଇ ଚାଲିଛେ। ମୁଁ ଗଛ ଲଗାଇବାକୁ ନେଇ ଦିଲ୍ଲୀରେ ଆସନ୍ତା କାଲି ବି ଆଲୋଚନା କରିବି । 75ଗଛ ଏକଦିନରେ ଲଗାଇବା । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଆସନ୍ତା 17 ତାରିଖରେ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିବାକୁ ଯାଉଛି।

ମଣିଷ ହାତୀ ଲଢେଇ ସ୍ଵାଭାବିକ କଥା । 11ସହ ସେ ମୃତ୍ୟୁ ସଂଖ୍ୟା ରହିଛି । ମୂଲ୍ୟବାନ ବୃକ୍ଷକୁ ସୁରକ୍ଷା ଦେବା ଆବଶ୍ୟକ ରହିଛି । 20ଟି ଛୋଟ ବଡ ଔଷଧ ଜଙ୍ଗଲ ରହିଛି । ତାର ସୁରକ୍ଷା ଆମର ଦାୟିତ୍ଵ। ଖାଲି ସେତିକି ନୁହେଁ ତାକୁ ନବେକଲେବର୍ କରିବାର ଆବଶ୍ୟକ ରହିଛି । ଆମର ଫୁସଫୁସ ହେଉଛି ଶିମିଳିପାଳ । ଭିତରକନିକା ଓ ଶିମିଳିପାଳ ଜାତୀୟ ଉଦ୍ୟାନ ମାନ୍ୟତା ପାଇଛି ଆମ ରାଜ୍ୟର । ଶିମିଳିପାଳରେ 35ଟି ବାଘ ସହ କଳବାଘ ରହିଛନ୍ତି । ବନ୍ଧୁକ ଦେବାର ଆବଶ୍ୟକ ରହିଛି । ଅଧିକାରୀ ମାନେ ବନ୍ଧୁକ ବ୍ୟବହାର କରି ନିଜର ଓ ଜଙ୍ଗଲର ସୁରକ୍ଷା କରିପାରିବେ । ଟେକ୍ନୋଲୋଜିକୁ ଆମକୁ ବ୍ୟବହାର କରିବାର ଆବଶ୍ୟକ ରହିଛି । ଆଦିବାସୀଙ୍କ ସହ ଯେତେ ମିଶିବେ ସେମାନେ ସେତେ ଆପଣ ମାନଙ୍କ ଗ୍ରହଣ କରି ନେବେ। ଜଙ୍ଗଲରେ ଧାନ ଚାଷ କରିବା । ହାତୀ ଯାହା ଖାଦ୍ୟ ଖାଆନ୍ତି ତାହାକୁ ଚାଷ ଜଙ୍ଗଲରେ କରିବା ଆବଶ୍ୟକ ରହିଛି ।ହାତୀ ତାଙ୍କ ଖାଦ୍ୟ ଖାଇବା ପାଇଁ ଜଙ୍ଗଲ ବାହାରକୁ ଆସୁଛନ୍ତି । ଯଦି ଆମେ ତାଙ୍କୁ ସେହି ଜଙ୍ଗଲରେ ଯୋଗାଇ ଦେବା ତେବେ ସେମାନେ ଆଉ ଆସିବେ ନାହିଁ । ଧାନ ହେଲେ ଆମେ କାଟି ଆଣିପାରିବା। ଧାନ ଚାଷକୁ ଧାନ ଚାଷ ହେଲା । ହାତୀଙ୍କୁ ତାଙ୍କ ଖାଦ୍ୟ ବି ପାଇପାରିବେ । ଆଉ ହାତୀ ଗାଁକୁ ଆସିବେ ନାହିଁ । ହାତୀ ବି ନିଜେ ବିଚାର କରିବ ମୋ ପାଇଁ ତ ଜଙ୍ଗଲରେ ସବୁ କିଛି ସରକାର ଦେଉଛନ୍ତି ଆଉ କାହିଁକି ବାହାରକୁ ଯିବି । ମୁଁ ଭାବୁଛି ଯଦି ଏ ଭଳି ପଦକ୍ଷେପ ନେବା ତେବେ ହାତୀ ମଣିଷ ଲଢେଇ ରୋକି ପାରିବା। କେତେ ଟଙ୍କା ଖର୍ଚ୍ଚ ହେବ ଆମେ କରିବା ।

Leave A Reply

Your email address will not be published.