ଓଡ଼ିଆ ନ୍ୟୁଜ୍: ପୁଣି ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ମୋହନଙ୍କ ଅଭିଯୋଗ ଶୁଣାଣି ଆରମ୍ଭ କରିଛନ୍ତି । ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୟୁନିଟ୍-୨ରେ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଜିକରଣ କରିଛନ୍ତି ହଜାରରୁ ଅଧିକ ଲୋକ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ୬ ମନ୍ତ୍ରୀ । ଏହି ଅଭିଯୋଗ ଶୁଣାଣିରେ ଆଜି ୧୦୦୦ ଅଭିଯୋଗ ପଞ୍ଜିକୃତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ୬ ମନ୍ତ୍ରୀ ଓ ୨୦ରୁ ୨୫ ଅଧିକାରୀ ଉପସ୍ଥିତ ଥିଲେ।ସିଙ୍ଗଲ ୱିଣ୍ଡୋ ସିଷ୍ଟମ ମାଧ୍ୟମରେ ଚାଲିଥିଲା ତର୍ଜମା।ରେଲୱେ ଷ୍ଟେସନରୁ ପାଖ ଥିବାରୁ ୟୁନିଟ୍-୨ରେ ଚାଲିଥିଲା ଶୁଣାଣି।ଚିକିତ୍ସା ପାଇଁ ଅର୍ଥରାଶି ପ୍ରଦାନ କରାଯାଇଛି।ଅଭିଯୋଗ ପ୍ରକୋଷ୍ଠକୁ ଏବେ ଅଧିକ ଲୋକ ଆସୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ୟୁନିଟ-୨ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣିଲେ । ଏହି ନୂତନ ଅଭିଯୋଗ ପ୍ରକୋଷ୍ଠରେ ଏକସଙ୍ଗେ ଏକ ହଜାର ଲୋକ ଏକତ୍ରିତ ହେବା ଭଳି ବ୍ୟବସ୍ଥା କରାଯାଇଛି । ଅଭିଯୋଗକାରୀ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ବ୍ୟବସ୍ଥା କରାଯାଇଥିଲା । ଦୀର୍ଘ ୩୦ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।