ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ବିଜୟକୁ ଐତିହାସିକ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଲେ। ‘ବିହାର ସହିତ ନୂଆପଡ଼ାରେ ଆମର ବଡ଼ ବିଜୟ ହୋଇଛି’। ‘ନୂଆପଡ଼ାବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା’। ନୂଆପଡ଼ା ଉପନିର୍ବାଚନରେ ଅଂଶଗ୍ରହଣ କରି ଯେଉଁମାନେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ବିପୁଳ ସମର୍ଥନ ଜଣାଇଛନ୍ତି, ସେହିମାନଙ୍କୁ ଧନ୍ୟବାଦ ଜଣାଉଛି। ଏହି ନିର୍ବାଚନ ଓଡ଼ିଶା ରାଜନୀତି ପାଇଁ ଐତିହାସିକ। ଏହା ଆଗାମୀ ଦିନରେ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ପାଇଁ ସହଯୋଗ କରିବ।
ଆଜିର ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନେତୃତ୍ବର ଫଳ। ଲୋକଙ୍କର ସରକାରରେ ବିଗତ ୧୬ ମାସ ଧରି ଜନସାଧାରଣ ଉପକୃତ ହୋଇଛନ୍ତି। ଲୋକଙ୍କର ପାଇଁ ସରକାର ଜନକଲ୍ୟାଣ ଯୋଜନା ଓ ସ୍ବଚ୍ଛ ଶାସନ ବ୍ୟବସ୍ଥା କରିଛନ୍ତି। ଓଡ଼ିଶାର ବିକାଶକୁ ତ୍ବରାନ୍ବିତ ପାଇଁ ଡବଲ ଇଂଜିନ ସରକାର ଆଗକୁ ନେଇଛି ବୋଲି ଏହି ନିର୍ବାଚନ ପ୍ରମାଣିତ କରୁଛି।