ସମ୍ବଲପୁରକୁ ୨୫ ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ସମ୍ୱଲପୁରକୁ ବିକାଶ ଯାତ୍ରାରେ ଯୋଡ଼ିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରକଳ୍ପ ଭେଟି।୯୪୮ କୋଟିର ୨୫ଟି ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ।୫୭ କୋଟିରୁ ଅଧିକ ଟଙ୍କାର ୧୪ଟି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ। ୮୯୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୧୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ। ମା’ ସମଲେଇଙ୍କ ମନ୍ଦିର ବିକାଶ ପାଇଁ ୩୧୬ କୋଟି ଟଙ୍କା ବିନିଯୋଗ। ରିଭର୍ ଫ୍ରଣ୍ଟ ଡେଭଲପମେଣ୍ଟ କାମ ୨ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ- ମୁଖ୍ୟମନ୍ତ୍ରୀ। ଏହି ସମସ୍ତ ଉନ୍ନତିମୂଳକ ପ୍ରକଳ୍ପ ମଧ୍ୟରେ ସଡକ, ସେତୁ ନିର୍ମାଣ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗୋଦାମ ଗୃହ, ଅଟଳ ବସ୍ଷ୍ଟାଣ୍ଡ, ଛାତ୍ରୀନିବାସ, ପର୍ଯ୍ୟଟନ ବିକାଶ, ପାନୀୟ ଜଳ ଭଳି ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ ସାମିଲ ଅଛି। ଏହି ଅବସରରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଭିଭାଷଣ ରଖି, ସମ୍ବଲପୁରର ବିକାଶଧାରାକୁ ଲୋକଙ୍କ ସରକାର ପ୍ରତିଶୃତିବଦ୍ଧ ବୋଲି କହିବା ସହିତ ସମ୍ବଲପୁର ବିକାଶକୁ ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ ବୋଲି କହିଥିଲେ।

ସମ୍ବଲପୁର ଜିଲ୍ଲାର ବିକାଶ ଯାତ୍ରାରେ ଏ ସବୁ ପ୍ରକଳ୍ପ ଗୁଡ଼ିକ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବ । ଏହି ସମସ୍ତ ପ୍ରକଳ୍ପ ଗୁଡ଼ିକ ସମ୍ବଲପୁର ଜିଲ୍ଲାରେ ବିକାଶର ଏକ ନୂଆଧାରା ସୃଷ୍ଟି କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୂଳଦୁଆ ପକାଇବ ସମ୍ବଲପୁର ସହର ତ ଏମିତି ଭାବେ ଓଡ଼ିଶାର ଏକ ସୁନ୍ଦର ସହର ।  ରାଜ୍ୟର ପ୍ରମୁଖ ଶକ୍ତିପୀଠ ତଥା ଦର୍ଶନୀୟ ସ୍ଥାନ ଭାବେ ମା ସମଳେଇଙ୍କ ମନ୍ଦିରର ବିକାଶ ପାଇଁ , ୩୧୬ କୋଟି ଟଙ୍କା ବିନିଯୋଗ ସହିତ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ କାମ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.