ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମୋହନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମୋହନ ଯାଦବ । ଆଜି ଲାଲ ପରେଡ୍ ଗ୍ରାଉଣ୍ଡରେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୋହନ ଯାଦବ । ରାଜ୍ୟପାଳ ଛଗନ ଭାଇ ପଟେଲ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।ଶପଥ ଗ୍ରହଣ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ମୋହନ ଯାଦବଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିଥିଲେ । ତାଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ନୀତିନ ଗଡକରି ପ୍ରମୁଖ ଉପସ୍ଥିତ ରହିଥିଲେ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ମଧ୍ୟପ୍ରଦେଶର ବାଚସ୍ପତି ଦାୟିତ୍ବ ମିଳିଛି । ଆଜିର ଶପଥ ଗ୍ରହଣ ଉତ୍ସବକୁ ନେଇ ରାଜ୍ୟ ବିଜେପି ସଭାପତି ଭିଡି ଶର୍ମା କହିଛନ୍ତି, ଆମର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ତାଙ୍କର କ୍ୟାବିନେଟ ଆଜି ଶପଥ ପାଠ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହମନ୍ତ୍ରୀ ଶାହା, ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହିଥିଲେ।

ବିଜେପି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୨୩୦ ଆସନରୁ ୧୬୩ଟି ସିଟ୍‌ରେ ବିଜୟୀ ହୋଇଥିଲା । କଂଗ୍ରେସକୁ ମାତ୍ର ୬୬ଟି ଆସନ ମିଳିଛି । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବାରୁ ବିଜେପି ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ନୂଆ ଚେହେରା ଦେଇଛି । ଡ. ମୋହନ ଯାଦବ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

 

Leave A Reply

Your email address will not be published.