ମାଙ୍କଡ ହେଲେ ଧନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନେକ କୋଟିପତି ବ୍ୟକ୍ତିଙ୍କ ବିଷୟରେ ଶୁଣିଥିବେ ଏବଂ ଦେଖିଥିବେ । କିନ୍ତୁ କେବେ କୋଟିପତି ମାଙ୍କଡ ଥିବା ଶୁଣିଛନ୍ତି କି । ଉତ୍ତରା ନିଶ୍ଚିତ ନା ହିଁ ଆସିବ । କିନ୍ତୁ କଥା ଟା ସଂପୂର୍ଣ୍ଣ ସତ । ଆମ ରାଜ୍ୟରେ ଏମିତି ଗୋଟେ ସ୍ଥାନ ଅଛି ଯେଉଁଠି କୋଟିପତି ମାଙ୍କଡ ରୁହନ୍ତି । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କୋଟିପତି ମାଙ୍କଡ ବିଷୟରେ । ମହାରାଷ୍ଟ୍ର ଧରଶିଭ ଜିଲ୍ଲାର ମାକାଡ୍ଡ ଉପଲା ଗାଁ । ଆଉ ଏହି ଗାଁରେ ରହୁଛନ୍ତି କୋଟିପତି ମାଙ୍କଡ। ଏହି ଗାଁର ଲୋକମାନେ ଏହି ମାଙ୍କଡକୁ ଉପହାର ଏବଂ ଭଲ ଭଲ ଜିନିଷ ଖାଇବାକୁ ମଧ୍ୟ ଦିଅନ୍ତି। ତେବେ ଏହାକୁ ନେଇ ଅନେକ ଲୋକକଥା ବି ରହିଛି। ଭଗବାନ ରାମଚନ୍ଦ୍ର ବନବାସ ସମୟରେ ଏହି ଉପାଲା ଗ୍ରାମକୁ ଆସିଥିଲେ।

ସେତେବେଳେ ତାଙ୍କ ସହିତ ଏକ ମାଙ୍କଡ ମଧ୍ୟ ଆସିଥିଲା ଏବଂ ମାଙ୍କଡ ଏଠାରେ ଦୀର୍ଘ ସମୟ ଧରି ରହିଥିଲା। ଆଉ ଏହା ପରଠୁ ଏଠାରେ ବଢ଼ିବାକୁ ଲାଗିଥିଲା ମାଙ୍କଡଙ୍କ ସଂଖ୍ୟା। କେବଳ ସେତିକି ନୁହେଁ, ଅନେକ ସମୟରେ ବିବାହ ସମାରୋହ ଆରମ୍ଭ ପୂର୍ବାରୁ ମାଙ୍କଡମାନଙ୍କୁ ସମ୍ମାନିତ କରାଯାଏ। ଗ୍ରାମବାସୀଙ୍କ କହିବା କଥା ହେଉଛି ମାଙ୍କଡ ମାନଙ୍କୁ ଏହି ଜମି କିଏ ଦେଇଛି ଏବଂ ତାଙ୍କ ନାଁରେ କିପରି ହେଲା ସେ ବିଷୟରେ କୌଣସି ସୂଚନା ନାହିଁ। ଏହି ଗାଁର ମାଙ୍କଡଙ୍କ ନାମରେ ୩୩ ଏକର ଜମି ଅଛି। ଉପଲା ଗ୍ରାମପଞ୍ଚାୟତର ଜମି ରେଜିଷ୍ଟର ଅନୁଯାୟୀ, ଗାଁର ୩୩ ଏକର ଜମି ସମସ୍ତ ମାଙ୍କଡଙ୍କ ନାଁରେ ରହିଛି। ମାଙ୍କଡ ମାନଙ୍କ ନାଁରେ ଥିବା ଏହି ଜମିରେ ଗ୍ରାମବାସୀମାନେ ଫଳ ଗଛ ଲଗାଉଛନ୍ତି। ଯାହା ଫଳରେ ମାଙ୍କଡଙ୍କୁ ଖାଦ୍ୟର କୌଣସି ଅଭାବ ହେବନି।

ବର୍ତ୍ତମାନ ଗାଁରେ ପ୍ରାୟ ୧୦୦ଟି ମାଙ୍କଡ ଅଛନ୍ତି। ଛୋଟ ପିଲାମାନେ ଏଠାରେ ଖେଳୁଥିବେ, ମାଙ୍କଡମାନେ ସେମାନଙ୍କର କିଛି ବି କ୍ଷତି କରନ୍ତି ନାହିଁ। ଲୋକେ ସେହି ବାଟ ଦେଇ ଯିବା ଆସିବା କରନ୍ତି । ଘରକୁ ମଧ୍ୟ ଆସନ୍ତି ମାଙ୍କଡମାନେ ଲୋକମାନେ ଖାଇବାକୁ ମଧ୍ୟ ଦିଅନ୍ତି ଖୁସିରେ । ଏହାକୁ ଦେଖିବା ପରେ ମାଙ୍କଡ ଏବଂ ମଣିଷର ଏକ ସୁନ୍ଦର ସମ୍ପର୍କ ପରିଲକ୍ଷିତ ହୁଏ।

Leave A Reply

Your email address will not be published.