ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶା ଛୁଇଁବା ପରେ ଧିରେ ଧିରେ ଅଧିକ ଅଗ୍ରସର ହେଉଛି ମୌସୁମୀ
ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଉପକୂଳ ଓଡିଶାରେ ହେବ ସକ୍ରିୟ
ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ରେ ସକ୍ରିୟ ହେବା ସମ୍ଭାବନା ।
କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ରେ ସର୍ବାଧିକ ବର୍ଷା ରେକର୍ଡ
କୋରାପୁଟ, ମାଲକାନଗିରି, ନୂଆପଡା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ବର୍ଷା ଜାରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ସମେତ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷିବ ।ବଙ୍ଗୋପସାଗରରୁ ଓଡିଶାକୁ ପ୍ରବେଶ କରୁଥିବା ପବନ ପାଇଁ ଗୁଳୁଗୁଳି ଅନୁଭୂତ ହେଉଛି ।ରାଜ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିଛି ତାପମାତ୍ରା।
ଆଜି ସୁଦ୍ଧା ୬୩ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି
୨୦ ତାରିଖ ପରେ ବଢିବ ବର୍ଷାର ପରିମାଣ ୧୦ ବର୍ଷ ମଧ୍ୟରେ ମୌସୁମୀ ଆସିବା ଏବଂ ପ୍ରତ୍ୟାବର୍ତ୍ତନ ସମୟ ବଦଳିଛି। ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବରରେ ଅଧିକ ବର୍ଷା ହେଉଛି। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।