କାଲି ଠାରୁ ହେବ ସକାଳୁଆ ସ୍କୁଲ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି, ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର। କାଲି ଠାରୁ ହେବ ସକାଳୁଆ ସ୍କୁଲ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ଚଳିତ ଶିକ୍ଷାବର୍ଷର ପାଠପଢା ଏପ୍ରିଲ ୩ ତାରିଖ ଠାରୁ ଆରମ୍ଭ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ ହେବ। ସକାଳ ୭ଟାରୁ ସାଢ଼େ ୧୧ଟା ଯାଏଁ ସ୍କୁଲରେ ପାଠପଢ଼ା ଚାଲିବ। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସକାଳୁଆ ହେବ। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ଥଳବିଶେଷରେ ସମୟ ପରିବର୍ତ୍ତନ ହୋଇପାରିବ। ଜିଲ୍ଲାପାଳ ସ୍କୁଲର ସ୍କୁଲର ସମୟ ନିର୍ଘଣ୍ଟ କରିପାରିବେ। ସ୍କୁଲରେ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ହୋଇଛି।

ସୂଚନାଯୋଗ୍ୟ ପଶ୍ଚିମା ଝଡ଼ ପ୍ରଭାବରେ ବିଗତ କିଛି ଦିନ ହେଲା ରାଜ୍ୟରେ ବର୍ଷା ଲାଗି ରହୁଛି। ପୂରା ମାର୍ଚ୍ଚ ସାରା ଖରାର ପ୍ରକୋପ ଦେଖିବାକୁ ମିଳିନାହିଁ। କିନ୍ତୁ ଏପ୍ରିଲ ୨ ତାରିଖ ଠାରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ‌ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଯଦି ଏପ୍ରିଲ ୨ ତାରିଖ ଠାରୁ ପାଗରେ ପରିବର୍ତ୍ତନ ଆସ‌େ ତା’ ହେଲେ, ଦ୍ବିତୀୟ ସପ୍ତାହ ବେଳକୁ ତାପମାତ୍ରା ବଢ଼ିଯିବାର ଆଶଙ୍କା ରହୁଛି। ତାପମାତ୍ରା ବଢ଼ିବା ଦ୍ବାରା ସ୍କୁଲ ପିଲାମାନେ ଦିନ ବେଳା ପାଠପଢ଼ା ହେଲେ ପ୍ରଭାବିତ ହୋଇପାରନ୍ତି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।

Leave A Reply

Your email address will not be published.