ଭୁବନେଶ୍ବରରୁ ମୋଷ୍ଟ ୱାଣ୍ଟେଡ୍‌ ଗିରଫ

0

ଓଡ଼ିଆ ନ୍ୟୁଜ୍: ମୋଷ୍ଟ ୱାଣ୍ଟେଡ୍‌ ଦ୍ବିବେନ୍ଦୁ ମହାରଣା ଭୁବନେଶ୍ବରରୁ ଗିରଫ। ଭୁବନେଶ୍ବର ବିମାନବନ୍ଦରରୁ ଧରିଲା CISF। ଗିରଫ ପରେ ଦିଲ୍ଲୀ CBIକୁ ହସ୍ତାନ୍ତର।ଦ୍ବିବେନ୍ଦୁଙ୍କୁ ଧରିବା ପାଇଁ ଲୁକଆଉଟ୍‌ ସର୍କୁଲାର ଜାରି ହୋଇଥିଲା। ଦିଲ୍ଲୀରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି।ଗିରଫ ଦ୍ବିବେନ୍ଦୁ କଟକ ବାସିନ୍ଦା ସୂଚନା। ସିବିଆଇ ର ମୋଷ୍ଟ ୱାଣ୍ଟେଡ ଦ୍ୱିବେନ୍ଦୁ ମହାରଣା ଗିରଫ।

ଆବୁଧାବିରୁ ଭୁବନେଶ୍ୱର ଆସୁଥିବା ବେଳେ ଦ୍ୱିବେନ୍ଦୁକୁ ଅଟକ ରଖିଲା ଇମିଗ୍ରେସନ୍ ଟିମ। ଏହା ପରେ ଏୟାରପୋର୍ଟ ଥାନାରେ ଅଭିଯୁକ୍ତକୁ ରଖି ପଚରାଉଚରା କରାଯାଉଛି। ଦିଲ୍ଲୀରେ ମିଛି ସଂସ୍ଥା କରି ଲୋକଙ୍କୁ ନିକଟରୁ କୋଟି କୋଟି ଟଙ୍କା ଲୁଟି କରି ଦୁବାଇ ପଳାଇଥିଲା ଦ୍ୱିବେନ୍ଦୁ । ଦ୍ୱିବେନ୍ଦୁ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲେ ସିବିଆଇ କୋର୍ଟ । ଦ୍ୱିବେନ୍ଦୁର ଘର କଟକ ଜିଲ୍ଲାରେ ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.