BMC ନିର୍ବାଚନ:୨୯୧ କର୍ପୋରେଟର ଓ ୧୨ ଜଣ ମେୟର ପ୍ରାର୍ଥୀଙ୍କ ଭାଗ୍ଯ ନିର୍ଦ୍ଧାରଣ କରୁଛନ୍ତି ମତଦାତା, ୭୦୫ ବୁଥରୁ ୫ଟି ରହିଛି ପିଙ୍କ ବୁଥ୍
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୂବନେଶ୍ୱର ମହାନଗର ନିର୍ବାଚନ ପାଇଁ ଆଜି ୬୭ ଟି ଓ୍ବାର୍ଡ ରେ ଥିବା ୭ ଲକ୍ଷ ୨୫ ହଜାର ରୁ ଅଧିକ ଲୋକ ମତଦାନ କରିବେ। ଏହି ୬୭ ଟି ଓ୍ବାର୍ଡ ପାଇଁ ଲଢୁଥିବା ୨୯୧ ଜଣ କର୍ପୋରେଟର ଓ ୧୨ ଜଣ ମେୟର ଙ୍କ ଭାଗ୍ଯ ନିର୍ଦ୍ଧାରଣ କରିବେ ମତଦାତା। ସକାଳ ୮ ଟା ରୁ ସନ୍ଧ୍ଯା ୫ ଟା ଯାଏ ହେବ ଭୋଟ। ମତଦାନ ପାଇଁ ୨୨୩ ଟି ସ୍ଥାନରେ ୭୦୫ ଟି ବୁଥ୍ କରାଯାଇଛି। ସେଥିମଧ୍ୟରୁ ୫ ଟି ପିଙ୍କ୍ ବୁଥ୍ ରହିଥିବା ବେଳେ ୫ ଟି ଆଦର୍ଶ ବୁଥ୍ ରହିଛି।
ବିଏମସି ଅଞ୍ଚଳରେ ଭୋଟଦାନ ହାର ବହୁତ କମ୍ ରହୁଥିବାରୁ ଚଳିତ ନିର୍ବାଚନ ରେ ଭୋଟ ହାର ବଢେଇବା ପାଇଁ ଏବଂ ଭୋଟର ଙ୍କୁ ମତଦାନ କରିବାକୁ ଆକ୍ରୁଷ୍ଟ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ପିଙ୍କ୍ ବୁଥ୍ ଓ ଆଦର୍ଶ ବୁଥ୍ କରି ଭୋଟରଙ୍କୁ ଭୋଟ ଦେବାକୁ ଆକ୍ରୁଷ୍ଟ କରିବାକୁ ଲକ୍ଷ୍ଯ ରଖିଛନ୍ତି।
ଚଳିତବର୍ଷ ହେଉଥିବା ପୌର ନିର୍ବାଚନ ରେ ୬ ଟି ମୌଜାର ଭୋଟର ଭୋଟ ଦେବେ । ୨୦୧୪ ପୌର ନିର୍ବାଚନ ପରେ ବିଏମସି ଅଞ୍ଚଳରେ ମିଶିଥିବା ପାତ୍ରପଡା, ଭଗବାନପୁର, ସୁବୁଦ୍ଧିପୁର, ପାଇକରାପୁର ଓ ଶଙ୍କରପୁର ମୌଜାର ଲୋକ ଭୋଟ ଦେବେ।
ଚଳିତ ପୌର ନିର୍ବାଚନ ରେ ପ୍ରଥମଥର ପାଇଁ ମେୟର ପ୍ରାର୍ଥି ପ୍ରତ୍ୟକ୍ଷ ନିର୍ବାଚନ ରେ ଲଢୁଛନ୍ତି। ଏଥିପାଇଁ ୨ ଟି ଇଭିଏମ ରହିଛି। ପ୍ରଥମ ଇଭିଏମ ଟି ମେୟର ପ୍ରାର୍ଥି ଙ୍କ ପାଇଁ ରହିଥିବା ବେଳେ ଦ୍ବିତୀୟ ଇଭିଏମ ଟି କର୍ପୋରେଟର ଙ୍କ ପାଇଁ। ହଳଦିଆ ରଙ୍ଗର ବାଲଟରେ ମେୟର ପ୍ରାର୍ଥି ଙ୍କ ଚିହ୍ନ ରଖାଯାଇଥିବା ବେଳେ ଅନ୍ୟ ଇଭିଏମ ରେ ଗୋଲାପୀ ରଙ୍ଗର ବାଲଟ୍ ସେଟ୍ କରାଯାଇଛି।
ପୌର ନିର୍ବାଚନ ରେ ୧୧୫ ଟି ସ୍ଥାନର ୩୦୭ ଟି ବୁଥ୍ ସମ୍ବେଦନଶୀଳ ରହିଛି। କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନହୁଏ ସେଥିପାଇଁ ରାଜ୍ଯ ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ ରେ ବିଏମସି ମୁଖ୍ଯ ନିର୍ବାଚନ ଅଧୀକାରୀ ଓ କମିଶନରେଟ ପୋଲିସ କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି। ଏହି ସମ୍ବେଦନଶୀଳ ବୁଥ୍ ଗୁଡିକରେ ବନ୍ଧୁକଧାରୀ ପୋଲିସ ସହ ପିସିଆର ଭ୍ୟାନ୍ ରହିବ।