ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା!

0

ଓଡ଼ିଆ ନ୍ୟୁଜ୍: ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା।ସ୍ନାନ ପୂଣ୍ଣିମାରେ ପୁରୀରେ ଚାଞ୍ଚଲ୍ୟ।, ସ୍ନାନମଣ୍ଡପରେ ଶ୍ରୀଜିଉ, ଏପଟେ ରକ୍ତ ଜୁଡ଼ୁବୁଡ଼ୁ ସେବାୟତ। ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କୁ ହତ୍ୟା ସନ୍ଦେହ କରାଯାଉଛି। ଟାଉନ ଥାନା ଗୁଡ଼ିଆସାହି ରାବେଣି ଚଉରା ପାଖରେ ପଡ଼ିଛି ମୃତଦେହ।

ମୃତ ସେବାୟତ ମହାସୁହାରସାହିର, ସେ ଗୁଡ଼ିଆସାହି ଯାଇଥିବା କୁହାଯାଉଛି। ଘଟଣା ପରେ ସନ୍ଦେହ ଘେରକୁ ଆସିଥିବା ବ୍ୟକ୍ତି ଫେରାର ଥିବା ସୂଚନା ମିଳିଛି। ତେବେ ବ୍ୟାପକ ସୁରକ୍ଷା ମଧ୍ୟରେ ପୋଲିସ ଛାଉଣୀ ହୋଇଥିବା ସତ୍ୱେ ଏପରି ଘଟଣାକୁ ନେଇ ଚିନ୍ତା ବଢ଼ୁଛି ।ଅନ୍ୟପକ୍ଷେ ମୃତଦେହ ବାହାରେ ଫିଙ୍ଗା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Leave A Reply

Your email address will not be published.