ଓଡ଼ିଆ ନ୍ୟୁଜ୍: ମହୁଲପଦା ଥାନାର ସାନଜଲ ଗ୍ରାମରରେ ପୂର୍ବ ଶତ୍ରୁତା କୁନେଇ ପଡୋଶୀକୁ ହାଣି ହତ୍ୟା । ଗ୍ରାମବାସୀଙ୍କ ଦ୍ଵାରା ଅଭିଯୁକ୍ତ ଅଟକ ।ସୁନ୍ଦରଗଡ଼ ଜିଲ୍ଲାର ମହୁଲପଦା ଥାନା ସାନଜଲ ଗ୍ରାମରେ ଗତକାଲି ବିଳମ୍ୱିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀର ଟାଙ୍ଗିଆ ଚୋଟରେ ଯାଇଛି ଜଣଙ୍କର ଜୀବନ ।
ସାନଜଲ ଗ୍ରାମର ଦୋଳ ଦେହୁରୀ ଓ ପଡୋଶୀ ଶୁକ ଦେହୁରୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ତିକ୍ତତା ଲାଗି ରହିଥିଲା । ଗତରାତି ଏହା ଉଗ୍ର ରୂପ ନେଇଥିଲା । ପରିଣାମ ସ୍ୱରୂପ ଶୁକ ଦେହୁରୀ ଏକ ଟାଙ୍ଗିଆରେ ଦୋଳ ଦେହୁରୀକୁ ଆକ୍ରମଣ କରି ହତ୍ୟା କରିଥିଲା ।
ଘଟଣା ଜଣାପଡିବା ପରେ ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଶୁକକୁ ଅଟକ ରଖି ପୋଲିସକୁ ଖବର ଦେଇଛନ୍ତି । ମହୁଲପଦା ପୋଲିସ ଏବେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।