ଅଭିନେତା ସାତ୍ୟକୀଙ୍କୁ ହତ୍ୟା ଧମକ

0

ଓଡ଼ିଆ ନ୍ୟୁଜ୍: ଓଲିଉଡ୍‌ ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ।ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ଧମକ। ପୁସ୍ତକ ପ୍ରକାଶନ ସଂସ୍ଥା ‘କଟକ ଷ୍ଟୁଡେଣ୍ଟ ଷ୍ଟୋର’ ମାଲିକାନାକୁ ନେଇ ବିବାଦ।ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକୀ।୬ ତାରିଖରେ ଘରେ ପଶି ବୃଦ୍ଧ ବାପାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ।ପୁରୀଘାଟ ଥାନାରେ ଏତଲା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଡିସିପିଙ୍କୁ ଭେଟିଲେ।ଡିସିପିଙ୍କୁ ଭେଟି ନିଜ ପରିବାରର ସୁରକ୍ଷା ଓ ନ୍ୟାୟ ପାଇଁ ଗୁହାରି କଲେ।

ସୂଚନା ଅନୁଯାୟୀ, ସତ୍ୟକୀ ମିଶ୍ରଙ୍କ ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ଧମକ । ପୁସ୍ତକ ପ୍ରକାଶନ ସଂସ୍ଥା ‘କଟକ ଷ୍ଟୁଡେଣ୍ଟ ଷ୍ଟୋର’ ମାଲିକାନାକୁ ନେଇ ବିବାଦ ଲାଗି ରହିଛି । ପୂର୍ବରୁ ୬ ତାରିଖରେ ଘରେ ପଶି ବୃଦ୍ଧ ବାପାଙ୍କୁ ହତ୍ୟା ଧମକ ଦେଇଥିଲେ । ଏନେଇ ସେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏହାପରେ ସେ ଡିସିପିଙ୍କୁ ଭେଟିଲେ । ଡିସିପିଙ୍କୁ ଭେଟି ନିଜ ପରିବାରର ସୁରକ୍ଷା ଓ ନ୍ୟାୟ ପାଇଁ ଗୁହାରି କରିଛନ୍ତି

Leave A Reply

Your email address will not be published.