ଓଡ଼ିଆ ନ୍ୟୁଜ୍: ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର।ଭୁବନେଶ୍ବର ଏମ୍ସ ICUରୁ ବାହାରିଲେ ଅଭିଜିତ ମଜୁମଦାର।ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ICUରୁ ମେଡିସିନ୍ ୱାର୍ଡ ଗଲେ।ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚାଲିଥିଲା ଗାୟକଙ୍କ ଚିକିତ୍ସା । ନିମୋନିଆ,ଲିଭର ଜନିତ ରୋଗରେ ପୀଡ଼ିତ ଅଛନ୍ତି ସଙ୍ଗୀତଜ୍ଞ । ତେବେ ବର୍ତ୍ତମାନ ତାଙ୍କୁ ଆଇସିୟୁର ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ଏମ୍ସର ମେଡିସିନ ୱାର୍ଡରେ ଚାଲିଛି ତାଙ୍କର ଚିକିତ୍ସା ।
ଗତ କିଛି ଦିନ ହେବ ଲିଭର ସିରୋସିସରେ ପୀଡ଼ିତ ଅଛନ୍ତି ଅଭିଜିତ । ଏଥିପାଇଁ ଚିକିତ୍ସା ବି ଚାଲିଥିଲା । ସମୟ ଗଡ଼ିବା ସହ ଏବେ ଅନ୍ୟ ସମସ୍ୟା ବି ବଢୁଥିବା କଥା ଡାକ୍ତରୀ ଦଳ କହିଥିଲେ । ଅଭିନେତା ବାବୁସାନ ମହାନ୍ତି ଏମ୍ସରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ । ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ନିବେଦନ ମଧ୍ୟ କରିଥିଲେ ବାବୁସାନ । ଓଡ଼ିଆ ଫିଲ୍ମ ଜଗତର ବ୍ୟକ୍ତି ବିଶେଷ ଏମ୍ସ ଯାଇ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ ।