ୱିକିପିଡିଆ ପରେ ଫେସବୁକକୁ ଅଫର ଦେଲେ ମସ୍କ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ନାମ ପରିବର୍ତ୍ତନ ପାଇଁ ଆଉ ଏକ ନାଟକୀୟ ଆବେଦନରେ, ଏଲୋନ୍ ମସ୍କ ବର୍ତ୍ତମାନ ମେଟା ମାଲିକ ମାର୍କ ଜୁକରବର୍ଗଙ୍କୁ ଫେସବୁକର ନାମ ପରିବର୍ତ୍ତନ କରିବାକୁ 1 ବିଲିୟନ ଡଲାର ପ୍ରଦାନ କରୁଛନ୍ତି। ଓ୍ବିକିପିଡିଆ ପରେ ନାମ ବଦଳାଇବା ପାଇଁ ଫେସବୁକକୁ ଅଫର ଦେଲେ ମସ୍କ । ନାମ ପରିବର୍ତ୍ତନ କଲେ 1 ଆରବ ଡଲାର ପ୍ରଦାନ କରିବେ କହିଲେ ମସ୍କ ।

ନିକଟରେ ମସ୍କ ଓ୍ବିକିପିଡିଆର ନାମ ପରିବର୍ତ୍ତନ କରିବା ପାଇଁ ଅଫର ଦେଇଥିଲେ । ମସ୍କ କହିଥିଲେ ଯଦି ଓ୍ବିକିପିଡିଆର ନାମ ପରିବର୍ତ୍ତନ କରି ଡିକିପିଡିଆ କରିବେ ତାହାଲେ ଏକ ଆରବ ଡଲାର ପ୍ରଦାନ କରିବେ ବୋଲି ଅଫର ଦେଇଥିଲେ ମସ୍କ। ତେବେ ଏହାରି ଭିତରେ ଖୋଦ ପ୍ରତିଦ୍ବନ୍ଦୀ କୁହାଯାଉଥିବା ମାର୍କ ଜୁକରବର୍ଗକୁ ଅଫର ଦେଇଛନ୍ତି ମସ୍କ । ମସ୍କ ଜୁକରବର୍ଗଙ୍କୁ ଫେସବୁକର ନାମ ପରିବର୍ତ୍ତନ କରି ଫେସବୁବ କରିବା ପାଇଁ ଅଫର ପ୍ରଦାନ କରିଛନ୍ତି । ଯଦି ଜୁକରବର୍ଗ ନାମ ପରିବର୍ତ୍ତନ କରିବେ ତାହେଲେ ମସ୍କ 1 ବିଲିୟନ ଡଲାର ପ୍ରଦାନ କରିବେ ।

ମାନବତା ଦୃଷ୍ଟିରୁ କମ୍ପାନୀର ଲୋଗରେ କିଛି ପରିବର୍ତ୍ତନ କରିବା ଉଚିତ ବୋଲି କହିଛନ୍ତି ବିଲେନିୟର । ତେବେ ଏଲନ ମସ୍କଙ୍କ ଏହି ଅଫର ପରେ ଅନେକ ମେମ୍ସ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏଲନ ମସ୍କ ଏକ ପୋଷ୍ଟରେ ରିପ୍ଲାଇ ଦେଇ କହିଛନ୍ତି, ଫେସବୁକ ନାମ ଆହୁରି ଭଲ ହୋଇପାରିବ ।

Leave A Reply

Your email address will not be published.