ଏହି ୩ ନୂଆ ରୁଟରେ ଗଡିବ ମୋ ବସ୍

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ରାଜ୍ୟସରକାରଙ୍କ ମୋ ବସ୍ ସେବାରେ ଏବେ ଅନେକ ଲୋକ ଉପକୃତ ହେଉଛନ୍ତି । ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଚାକିରିଆ ପର୍ୟ୍ୟନ୍ତ, ପ୍ରାୟ ସମସ୍ତେ ମୋ ବସ୍ ଉପରେ ନିର୍ଭରଶୀଳ । ଲୋଙ୍କ ଚାହିଦା ବଢୁଥିବାରୁ ବସ୍ ସଂଖ୍ୟା ବଢାଇ ଦିଆଯାଉଛି । ବର୍ତ୍ତମାନ ୩ଟି ନୂଆ ରୁଟରେ ଗଡ଼ିବ ମୋ ବସ୍ । କ୍ରୁଟ ପକ୍ଷରୁ ସୁଆଣ୍ଡୋ, ଜଟଣୀ ଓ ନିଆଳିକୁ ମୋ ବସ୍ ସେବା ଯୋଗାଇ ଦିଆଯିବ। ରୁଟ ନଂ ୬୪ରେ ମୋ ବସ୍ ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ବରମୁଣ୍ଡା ବସ୍‌ଷ୍ଚାଣ୍ଡ ଦେଇ ଜଟଣୀ ଗେଟ୍ ପର୍ୟ୍ୟନ୍ତ ଯିବ। ସେହିପରି ରୁଟ ନଂ ୬୩ରେ ଗାଡ଼ି ବରମୁଣ୍ଡା ଆଇଏସବିଟିରୁ ପାହାଳ ଦେଇ ନିଆଳି ପର୍ୟ୍ୟନ୍ତ ଯିବ। ରୁଟ ନଂ ୬୨ରେ ବରମୁଣ୍ଡା ବସ୍‌ଷ୍ଚାଣ୍ଡରୁ ବାହାରି ପିପିଲି ବଜାର ଦେଇ ସୁଆଣ୍ଡୋ ପର୍ୟ୍ୟନ୍ତ ଯିବ।

ଏହି ୩ ରୁଟରେ ଆଜିଠାରୁ ବସ୍ ଗଡ଼ିବ। ବହୁ ଦିନ ଧରି ଏହି ରୁଟରେ ମୋ ବସ୍ ଚଳାଇବା ପାଇଁ ଦାବି ହୋଇ ଆସୁଥିଲା। ଏନେଇ କ୍ରୁଟ ପକ୍ଷରୁ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ମୋ ବସ୍ ସେବା ଯୋଗାଇ ଦିଆଯିବ। ଫଳରେ ୩ ଅଞ୍ଚଳବାସୀ ଉପକୃତ ହେବେ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.