କେବେ ମିଳିବ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ? ପୋଲିସ ଡିଜି ଅଫିସ ଆଗରେ ଆମରଣ ଅନଶନ କଲା ନବ ନିର୍ମାଣ କୃଷକ ସଙ୍ଗଠନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଙ୍କୁ ନ୍ୟାୟ ଦାବିରେ ଡିଜି ଅଫିସ ଆଗରେ ଦିନିକିଆ ଆମରଣ ଅନଶନ ଧାରଣା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ । ରୁଚିକା ଙ୍କ ମୃତ୍ୟୁ ପଛର ରହସ୍ୟ ଖୋଲିବା ପାଇଁ ଦାବି କରିଛି ସଙ୍ଗଠନ । ଘଟଣା କୁ ୧୬ ଦିନ ବିତିଯାଇଥିଲେ ସୁଦ୍ଧା ଏଯାବତ ପୋଲିସ କୌଣସି ତଥ୍ୟ ପାଇ ପାରୁନାହିଁ । ଯେଉଁଥିପାଇଁ ନ୍ୟାୟ ପରିଧି ଉପରେ ପ୍ରଶ୍ନ ଉଠାଇଛି ନବ ନିର୍ମାଣ କୃଷକ ସଙ୍ଗଠନ। ପୋଲିସ ରାଗିଙ୍ଗ ହୋଇ ନ ଥିବା କଥା କହିଥିଲା ବେଳେ ପ୍ରକୃତ ତଥ୍ୟ କଣ ତାହାର ଖୁଲାସା ହେବା ଦରକାର।

ରୁଚିକା କୁ ନ୍ୟାୟ ମିଳିବା ସହ କଲେଜ ର ଅଧ୍ଯକ୍ଷ, ହଷ୍ଟେଲ ର ସୁପରଟେଣ୍ଡ ଓ ୱାଡେନ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଙ୍ଗଠନ। ସଙ୍ଗଠନ ର ମୁଖ୍ୟ ଅକ୍ଷୟ କୁମାର ଙ୍କ ସମେତ ବହୁ ସଦସ୍ୟ ଏଭଳି ଘଟଣା ରାଜ୍ୟରେ ପୁନରାବୃତ୍ତି ନ ଘଟୁ ବୋଲି ଦାବି କରିଛନ୍ତି।ବାରମ୍ବାର ଏଭଳି ଘଟଣା ଘଟୁଛି ଓ କେତେ ରୁଚିକା ମହାନ୍ତି ପରି ଝିଅଙ୍କର ଜୀବନ ଅକାଳରେ ଝଡି ପଡୁଛି ।୧୬ ଦିନ ପରେ ବି ପୋଲିସର ହାତ ଖାଲି ରହିଛି ।ନା ଧରି ପାରୁଛି ଦୋଷୀକୁ ନା କୈଣସି ତଥ୍ୟ ଠିକସେ ପ୍ରଦାନ କରୁଛି ।ରୁଚିକା ମହାନ୍ତିଙ୍କ ମାଙ୍କର ନ୍ୟାୟ ପାଇବା ଆଶା ସତେ ଯେପରି ମ ଉଳି ପଡୁଛି ।ଦେଖାଯାଉ ରୁଚିକା ମହାନ୍ତିକୁ ଓ ତାର ପରିବାରକୁ କେତେ ଦିନେ ପୋଲିସ ନ୍ୟାୟ ଦେଉଛି ନା କେଶ କେବଳ ତଦନ୍ତ ହୋଇ ଫାଇଲ ଭିତରେ ରହି ଯାଉଛି

Leave A Reply

Your email address will not be published.