NAC ଦାବି, ୧୨ ଘଣ୍ଟିଆ ଉଲୁଣ୍ଡା ବନ୍ଦ

0

ଓଡ଼ିଆ ନ୍ୟୁଜ୍: ୧୨ ଘଣ୍ଟିଆ ଉଲୁଣ୍ଡା ବନ୍ଦ।ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ୧୨ ଘଣ୍ଟିଆ ବନ୍ଦ ଡାକରା। ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଉଲୁଣ୍ଡା ବ୍ଲକ ଅଞ୍ଚଳକୁ ଏନଏସି ଘୋଷଣା ଦାବିରେ ଏହି ବନ୍ଦ ପାଳନ କରାଯାଇଛି। ବିଗତ ସରକାର ଉଲୁଣ୍ଡାକୁ ଏନଏସି ଘୋଷଣା କରିଥିଲେ ମଧ୍ୟ ନୂତନ ସରକାର ଏହାକୁ ଘୋଷଣା କରିନାହାନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଏହାକୁ ନେଇ ଉଲୁଣ୍ଡା ଏନଏସି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସର୍ବଦଳୀୟ ବୈଠକ କରି ଆଜି ବ୍ଲକକୁ ୧୨ ଘଣ୍ଟିଆ ବନ୍ଦ କରିଛନ୍ତି । ଏହି ବନ୍ଦ ପ୍ରଭାବରେ ଦୋକାନ ବଜାର, ସ୍କୁଲ କଲେଜ ଓ ଗାଡ଼ି ମଟର ସବୁ ବନ୍ଦ କିଛି ବନ୍ଦ ଥିବା ଦେଖାଯାଇଛି । କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ବିଭିନ୍ନ ସ୍ଲୋଗାନ ଦେଇ ପିକେଟିଂ କରି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ।

Leave A Reply

Your email address will not be published.