ବିଜେଡି ପାର୍ଟି ଅଫିସର ନାମକରଣ, ରଖାଗଲା ‘ଶଙ୍ଖ ଭବନ’

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ବିଜେଡିର ନବନିର୍ମିତ ବିଶାଳକାୟ, ସୌନ୍ଦର୍ଯ୍ୟମୟ ପାର୍ଟି ଅଫିସ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହେବ । ତାହା ପୂର୍ବରୁ ଦଳର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଗତକାଲି ସନ୍ଧ୍ୟାରେ ଛାତ୍ର, ଯୁବ, ମହିଳା ନେତା ଓ କର୍ମୀ ମାନଙ୍କ ସହ ଏକ ବୈଠକ କରିଥିଲେ । ଏହି ବୈଠକରେ ଏହି ନୂତନ ଭବନର ନାମକରଣ କରାଯାଇଥିଲା । ଏହି ଭବନର ନାଁ ଶଙ୍ଖ ଭବନ ରଖା ଯାଇଥିବା ସେ ଘୋଷଣା କରିଥିଲେ ।

୨୦୨୧ ରଥଯାତ୍ରା ସମୟରେ ବିଜେଡିର ନୂଆ କାର୍ଯ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦୁଇବର୍ଷରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

ସୂଚନା ଅନୁଯାୟୀ, ବିଜେଡିର ନବନିର୍ମିତ କୋଠାର ବେସମେଣ୍ଟରେ ୪୦ ଟି କାର୍ ପାର୍କିଂ କରିବା ଭଳି ପାର୍କିଂ ସ୍ଥାନ ରଖାଯାଇଛି । ବେସମେଣ୍ଟ ଉପରେ ଛିଡ଼ା ହୋଇଥିବା ୩ ମହଲା କୋଠାର ପ୍ରଥମ ମହଲାରେ ରହିଛି ବିରାଟ ଏସି ହଲ୍ । ଏଥିରେ ୨୦୦୦ ଲୋକ ବସିପାରିବେ । ଏହାକୁ ଲାଗି ୨୫୦ ଆସନ ବିଶିଷ୍ଟ ଏକ ଅଡିଟୋରିୟମ୍ ରହିଛି । ପ୍ରଥମ ମହଲାରେ ପ୍ରେସ୍ କନଫରେନ୍ସ ହଲ୍ ମଧ୍ୟ ରହିଛି । ବିଲଡିଂର ଦ୍ୱିତୀୟ ମହଲାରେ ୩୦ ଟି ପ୍ରକୋଷ୍ଠ ରହିଛି ।

ଏଥିରେ ଛାମୁଆ ସଂଗଠନ ଓ ଦଳର ରାଜ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ରହିବ । ଆଇଟି ସେଲ୍ ମଧ୍ୟ କାର୍ଯ୍ୟ କରିବ । ବିଲଡିଂର ତୃତୀୟ ମହଲାରେ ଦଳର ସଭାପତିଙ୍କ କାର୍ଯ୍ୟାଳୟ ରହିଛି। ତେବେ ଏହାକୁ ଆଜି ଉଦ୍ଘାଟନ କରାଯିବ।

Leave A Reply

Your email address will not be published.