ନେପାଳରେ ନମୋ: ବୌଦ୍ଧ ସଂସ୍କୃତି ଓ ଐତିହ୍ୟ କେନ୍ଦ୍ରର କରିବେ ଶିଳାନ୍ୟାସ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ବୁଦ୍ଧ ପୂର୍ଣ୍ଣିମା ଅବସରରେ ସୋମବାର ନେପାଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଲୁମ୍ବିନୀ ଯାତ୍ରା କରିଛନ୍ତି । ସେଠାରେ ପହଂଚି ବୌଦ୍ଧ ସଂସ୍କୃତି ଓ ଐତିହ୍ୟ କେନ୍ଦ୍ରର ଶିଳାନ୍ୟାସ କରିବେ । ବୁଦ୍ଧ ଜୟନ୍ତୀ ଅବସରରେ ଗୌତମ ବୁଦ୍ଧଙ୍କ ଜନ୍ମ ସ୍ଥାନ ଲୁମ୍ବିନୀରେ ମୋଦି ମାୟା ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବାର ର୍କ୍ୟାକ୍ରମ ମଧ୍ୟ ରହିଛି ।

ଲୁମ୍ବିନୀ ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏଥିରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ରହିଛି। ଯାହା ଭାରତ ଓ ନେପାଳ ମଧ୍ୟରେ ସଂପର୍କକୁ ଆହୁରି ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.