ଓଡ଼ିଆ ନ୍ୟୁଜ୍: ବାତ୍ୟା ପାଇଁ ବନ୍ଦ ରହିବ ନନ୍ଦନକାନନ। ୨୯ ତାରିଖରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ବାତ୍ୟାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା। ସେହିପରି ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଆସନ୍ତାକାଲି ବନ୍ଦ ହେବ ଶିମିଳିପାଳ। ଏନେଇ ଘୋଷଣା କରିଛନ୍ତି ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ । ସରକାରୀ ନିର୍ଦ୍ଦେଶନାମା ଅନୁସାର ଧନ ଜୀବନ ସୁରକ୍ଷା ଓ କ୍ଷୟକ୍ଷତି ମରାମତି ପାଇଁ ବନ୍ଦ ଘୋଷଣା କଯାଇଛି ।
ତେବେ ମୋନ୍ଥା ପ୍ରଭାବରେ ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଧନ ଓ ଜୀବନ ସୁରକ୍ଷା ଲାଗି ସରକାରଙ୍କ ପୂର୍ବ ସତର୍କ ସୂଚନା ଜାରି ସତ୍ତ୍ଵେ ଆଜି ଅମାନିଆ ପର୍ଯ୍ୟଟକଙ୍କ ସଂଖ୍ୟା କିଛି କମ ନଥିବା ଜଣା ପଡିଛି। ମଙ୍ଗଳବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୨୭୧୪ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୯୨ ଜଣ ପର୍ଯ୍ୟଟକ ଆସିଥିବା ଟିକେଟ ବିକ୍ରୀରୁ ଜଣାପଡିଛି।