ଉଚ୍ଛେଦ ହେଲା ନରେନ୍ଦ୍ର ମହଲା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ପୁରୀ ଶ୍ରୀନହର ପଡିଶାରେ ଥିବା ନରେନ୍ଦ୍ର ମହଲାକୁ ଜିଲ୍ଲା ପ୍ରଶାସନ ଓ ଉଚ୍ଛେଦ କରାଯାଇଛି । ବଡଦାଣ୍ଡ କଡରେ ଶ୍ରୀନହର ଓ ବାଗେଡିଆ ଧର୍ମାଶାଳା ମଝିରେ ଥିବା ନରେନ୍ଦ୍ର ମହଲାକୁ ଭାଙ୍ଗିବା ପାଇଁ କିଛିଦିନ ହେବ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଉପଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳାର ସହ ଏହି ଉଚ୍ଛେଦ ପ୍ରକ୍ରିୟା କରାଯାଇଛି ।

ଉଚ୍ଛେଦ ସମୟରେ ଏକ ପ୍ଲାଟୁନ ପୋଲିସ ଫୋର୍ସ, ଅଗ୍ନିଶମ ବାହିନୀ, ବିଦ୍ୟୁତ୍ ବିଭାଗ ମୁତୟନ ହୋଇଥିଲେ । ଏହା ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ବ୍ୟାରିକେଡ଼ କରାଯାଇ ଉଚ୍ଛେଦ କରାଯାଇଥିଲା । ଦୁଇ ମହଲା ବିଶିଷ୍ଠ ନରେନ୍ଦ୍ର ମହଲା ଉଚ୍ଛେଦ ଦ୍ଵାରା ପ୍ରାୟ ୨୫ ଡିସିମିଲ ଜମି ମିଳିବ ।

ବର୍ତ୍ତମାନ ଯାତ୍ରୀ ପରିକ୍ରମା ପ୍ରକଳ୍ପ ଓ ଭକ୍ତଙ୍କ ପାଇଁ ସ୍ଥାୟୀ ସେଡ୍ ନିମନ୍ତେ ପ୍ରକ୍ରିୟା ଜୋରସୋରରେ ଚାଲିଥିବା ବେଳେ ନରେନ୍ଦ୍ର ମହଲା ଉଚ୍ଛେଦ ସ୍ଥାନରେ ଆଗାମୀ ଦିନରେ ପୋଲିସ,ଅଗ୍ନିଶମ, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ସ୍ବେଚ୍ଛାସେବୀ, ସୂଚନା କେନ୍ଦ୍ର ଇତ୍ୟାଦି ନିର୍ମାଣ ହେବ ।

Leave A Reply

Your email address will not be published.