କାର୍ତ୍ତିକ ପରେ ନାଟମଣ୍ଡପରେ ପରୀକ୍ଷାମୂଳକ ଦର୍ଶନ

0

ଓଡ଼ିଆ ନ୍ୟୁଜ୍: କାର୍ତ୍ତିକ ପରେ ଶ୍ରୀମନ୍ଦିର ନାଟମଣ୍ଡପରେ ପରୀକ୍ଷାମୂଳକ ଦର୍ଶନ।ଛତିଶା ନିଯୋଗ, ନୀତି ସବ୍‌କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା।କାର୍ତ୍ତିକ ମାସ ନୀତି ବହୁଳ ରହୁଥିବାରୁ କାର୍ତ୍ତିକ ପରେ ପରୀକ୍ଷାମୂଳକ ଦର୍ଶନ।‘ଜିଲ୍ଲାପାଳଙ୍କ ନେତୃତ୍ବରେ ସବ୍‌କମିଟି ଏନେଇ ଆଲୋଚନା କରିଛନ୍ତି’।ପ୍ରତି ବୁଧବାର ନୀତି ଶୃଙ୍ଖଳା ପାଇଁ ସମନ୍ବୟ କମିଟି ବୈଠକ ହେବ।

କାର୍ତ୍ତିକ ମାସରେ ଭୋର ୪ଟାରୁ ଦ୍ବାର ଫିଟା ନୀତି ହେବ।ଏମାର ମଠ ରୁପା ଇଟା ସମ୍ପର୍କରେ ମଧ୍ୟ ରଖିଲେ ମତ।ବର୍ତ୍ତମାନ ଏ ସମ୍ପର୍କିତ ମାମଲା କୋର୍ଟଙ୍କ ବିଚାରାଧୀନ ରହିଛି। ମଠ ମନ୍ଦିର ସମ୍ପତ୍ତି ପ୍ରଭୁ ଶ୍ରୀଜଗନ୍ନାଥଙ୍କର। ରୁପା ଇଟା ଶ୍ରୀମନ୍ଦିର ପ୍ରଶାସନକୁ ଆଣିବାକୁ ସରକାରଙ୍କୁ ଅନୁରୋଧ କରିବୁ। ଆଶା ରହିଛି ରୁପା ଇଟା ଶ୍ରୀମନ୍ଦିର ପ୍ରଶାସନ ପାଖକୁ ଆସିବ ବୋଲି କହିଛନ୍ତି ଅରବିନ୍ଦ ପାଢ଼ୀ।

Leave A Reply

Your email address will not be published.