ଦକ୍ଷତା ବିକାଶ କେନ୍ଦ୍ରରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ

0

ଓଡିଆ ନ୍ୟୁଜ, ରାଇରଙ୍ଗପୁର: ରାଇରଙ୍ଗପୁର ସହରସ୍ତ ପଶୁ ଡାକ୍ତରଖାନା ପରିସରରେ ଥିବା ଦକ୍ଷତା ବିକାଶ କେନ୍ଦ୍ର ଠାରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ବୈଷ୍ଣବ ତତ୍ତ୍ଵର ଶ୍ରୀ ଜଗନ୍ନାଥ ସଭାପତି ତିମିର ରଂଜନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ବେଦମନ୍ତ୍ର ଧ୍ବନିରେ ପ୍ରଦୀପ ପ୍ରଜ୍ବଳନ ହୋଇଥିଲା । ଏଥିରେ ସୀମା କଲିୟାର ସଂଗୀତ ଗାନ କରିଥିଲେ |

ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ମୁଖ୍ୟ ବକ୍ତା ଭାଷାବିତ୍ ହରିହର କାନୁନଗୋ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ଥାନାଧିକାରୀ ଗୋକୁଳାନନ୍ଦ ସାହୁ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର ଭୁବନେଶ୍ବର ଶାଖାର ଉପସଭାପତି ରାଧେଶ୍ୟାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ | ମଞ୍ଚାସୀନ ଅତିଥିଗଣ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ତାତ୍ତିକ ଓ ମାର୍ମିକ ବକ୍ତବ୍ୟ ରଖିଥିଲେ | ବିଶିଷ୍ଟ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ସଂଗଠନ ସଂପାଦକ ଡଃ ଦିଗମ୍ବର ଗିରି ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ | ଏହାପରେ ସାହିତ୍ୟିକଗଣ ବୈଷ୍ଣବ ତତ୍ତ୍ବରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ | ସେମାନେ ହେଲେ ବିଷ୍ଣୁ ପ୍ରସାଦ ଜେନା, ଡଃ ଭାଗବତ ଲେଙ୍କା, ମିତ୍ରଭାନୁ ତନ୍ତୀ, ଅଧ୍ୟାପକ ବିଜୟ ରାମ, ଶ୍ରୀମତୀ ରାମେଶ୍ବରୀ ପଟ୍ଟନାୟକ, ଜଗନ୍ନାଥ ବଳ, ପତିତପାବନ ଗିରି, ଲଳିତ ମହାନ୍ତ, ପୁଷ୍ପଲତା ମହାନ୍ତି ଓ ପ୍ରିୟା ବାରିକ ପ୍ରମୁଖ ଥିଲା ବେଳେ ଅଧ୍ୟାପକ ମିଲନ ମହାନ୍ତ ସମୀକ୍ଷକ କରିଥିଲେ |

ଏହାପରେ ସେମାନଙ୍କୁ ସଂଗଠନ ପକ୍ଷରୁ ପୁରସ୍କୃତ କରାଯାଇଥିଲା | ଏହି ବୈଠକରେ ସଂଗଠନର କୌଶିକ ମହାନ୍ତି, କାଳୀପସନ୍ନ ମହାନ୍ତି, ମାନସରଂଜନ ପରିଡା, ଦିଲ୍ଲୀପ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ଆରତୀ ପଟ୍ଟନାୟକ, ପ୍ରମିଳା ସ୍ବାଇଁ, ସୌରଭ ପଟ୍ଟନାୟକ, ସତ୍ୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ | ଏହି ଅବସରରେ ସାହିତ୍ୟିକ ସଚ୍ଚିକାନ୍ତ କର ଏବଂ ଶ୍ରୀ ଜଗନ୍ନାଥ ରଥଯାତ୍ରାରେ ଡାହୁକ କୃଷ୍ଣ ବିହାରୀ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା | ସଂଗଠନ ସାଧାରଣ ସଂପାଦକ ଶିକ୍ଷକ ରଂଜନ କୁମାର ନନ୍ଦ ଅତିଥିପରିଚୟ ଏବଂ ସଭା ପରିଚାଳନା କରିଥିଲା ବେଳେ ସଂଗଠନ ଉପସଭାପତି ଅଧ୍ୟାପକ ବିଜୟ କୁମାର ରାମ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.