କାଲିଠାରୁ ଆରମ୍ଭ ହେବ ଷୋଡଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ଚଳିତ ବର୍ଷ ଷୋଡଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଆସନ୍ତି 28 ରୁ 10.4.2022 ପର୍ଯ୍ୟନ୍ତ ଭୁବନେଶ୍ବରସ୍ଥିତ ଜନତା ମଇଦାନରେ ଆୟୋଜନ ହେବାକୁ ଯାଉଚି । ଏହି ମେଳା କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ । ସନ୍ଧ୍ୟା 6 ରୁ 9.30 ପର୍ଯ୍ୟନ୍ତ ଖୋଲା ରହିବ ମେଳା।।ଚଳିତ ବର୍ଷ ଏହି ମେଳା ରେ 390ଟି ହସ୍ତତନ୍ତ ଷ୍ଟଲ ସ୍ଥାନ ପାଇବ। ଓଡିଶା ସମେତ ଦେଶ ର ବିଭିନ୍ନ ରାଜ୍ୟରୁ 90 ବୁଣାକାର ଓ 150 ଜଣ କାରିଗର ଅଂଶ ଗ୍ରହଣ କରିବେ।

ଚାଳିତ ବର୍ଷ ମେଳା ରେ 15 ଲକ୍ଷ ଜନ ସମାବେଶ ସହିତ 15 କୋଟି ଟଙ୍କା ର ସାମଗ୍ରୀ ବିକ୍ରି କରିବା ଲକ୍ଷ୍ୟ ରଖାଯାଇଛି।ଚଳିତ ବର୍ଷ 2 ଥର ତୋ ଶାଳୀ ମେଳା ଆୟୋଜିତ ହେବ। ଆସନ୍ତାକାଲି ଠାରୁ ଆରମ୍ବ ହେବାକୁ ଥିବା ଏହି ମେଳା 2021 ବର୍ଷ ପାଇଁ କାରାଯାଉଛି। ଚଳିତ ବର୍ଷ ପୁଣି ଦେସେମ୍ବର ମାସ ରେ ମଧ୍ୟ 17 ତମ ତୋଷାଳି ମେଳା ଆୟୋଜିତ ହେବ ବୋଲି ବିଭାଗୀୟ ସଚିବ କହିଛନ୍ତି। ମେଳା ରେ କୋବିଡ଼ ନିୟମ କୁ କଡ଼ା କଡ଼ି ଭାବେ ପାଳନ କରାଯିବ । କୋଭିଡ ରେ କାରିଗର ଓ ବୁଣାକାର ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହୋଇଛନ୍ତି ବିଶେଷ କରି ବଜ଼ାର ମିଳିନଥିବାରୁ ଏମାନେ ନିଜ ସାମଗ୍ରୀ ବିକ୍ରି କରିପାରିନଥିବାରୁ ମେଳା ର ଆୟୋଜନ କାରାଯାଇଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.