ପୁରୀ ଏସପି ଙ୍କୁ ଜାତୀୟ ମାନବାଧିକାର କମିଶନରଙ୍କ ଜବାବ ତଲବ ଲାଗି ନୋଟିସ

0

ପୁରୀ ଏସପି ଙ୍କୁ ଜାତୀୟ ମାନବାଧିକାର କମିଶନର ଜବାବ ତଲବ ଲାଗି ନୋଟିସ କରିଛନ୍ତି I ନାବାଳିକା ଝିଅକୁ ବାପା ବଳାତ୍କାର କରିବା ଘଟଣା ରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି I ଏ ବିଷୟରେ ଚାରି ସପ୍ତାହ ଭିତରେ କମିଶନର ଙ୍କୁ ଜଣାଇବା ଲାଗି ନୋଟିସ ଜାରି କରିଛନ୍ତି I ଗତ ୧୩ ତାରିଖରେ ଏବିଷୟରେ ହୋଇଥିବା ଅଭିଯୋଗ ଅନୁଯାୟୀ ମାମଲା ୧୭ /୨୨ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ I

ଏହି ଘଟଣା ରେ ଅଭିଯୁକ୍ତଙ୍କ ବିରୋଧ ରେ ତୁରନ୍ତ ଚାର୍ଜ ସିଟ ଦାଖଲ କରିବା ସହ ପୀଡିତା ଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଲାଗି ସାମାଜିକ କର୍ମୀ ଜୟନ୍ତ କୁମାର ଦାସ କମିଶନର ଙ୍କ ନିକଟରେ ଅପିଲ କରିଥିଲେ  I ଏହାପରେ ଏଇଘଟଣା ରେ ବିଷୟରେ କମିଶନର ଏସପି ଙ୍କୁ ନୋଟିସ ଜାରି କରିଛନ୍ତି I

Leave A Reply

Your email address will not be published.