ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ବିପୁଳ ସଫଳତା ପାଇଁ ଦଳୀୟ କର୍ମୀ ଓ ନେତାଙ୍କ ଉତ୍ସାହ ବଢାଇଲେ ନବୀନ, କହିଲେ ବିରୋଧୀଙ୍କ ଅପପ୍ରଚାର ପ୍ରତି ସତର୍କ ରୁହ
ଓଡିଆ ନ୍ୟୁଜ୍(ବ୍ୟୁରୋ): ବିଜେଡିର ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଦଳର ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ସହ କଥା ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ବିପୁଳ ସଫଳତାରେ ଉତ୍ସାହିତ ଦଳୀୟ କର୍ମୀ ଓ ନେତାଙ୍କ ଉତ୍ସାହ ଆହୁରି ବଢ଼ାଇ ଦେଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ।
ପଞ୍ଚାୟତ ନିର୍ବାଚନରେ ଦଳର ଐତିହାସିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ପୌର ନିର୍ବାଚନରେ ଏହି ସଫଳତାକୁ ଦୋହରାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ବିରୋଧୀଙ୍କ ଅପପ୍ରଚାର ପାଇଁ ସେ ସମସ୍ତଙ୍କୁ ପୁଣି ଥରେ ସତର୍କ କରାଇଛନ୍ତି ।
ସେ କହିଛନ୍ତି, ଓଡ଼ିଶାବାସୀ ପୁଣି ଥରେ ବିଜେଡି କାମ ଉପରେ ଆସ୍ଥା ପ୍ରକାଶ କରିଛନ୍ତି । ରାଜ୍ୟର ସବୁ ଅଞ୍ଚଳର ଲୋକ ବିଜେଡିକୁ ଆଶୀର୍ବାଦ କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ସଫଳତା ଗଣତାନ୍ତ୍ରିକ ନିର୍ବାଚନରେ ନୂଆ ରେକର୍ଡ ସୃଷ୍ଟି କରିଛି । ପୌର ନିର୍ବାଚନ ପ୍ରସ୍ତୁତି ସମ୍ପର୍କିତ ଆଲୋଚନା ବେଳେ ଦଳୀୟ ନେତାଙ୍କୁ ବିରୋଧୀଙ୍କ ଅପପ୍ରଚାର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ପଞ୍ଚାୟତ ର୍ନିବାଚନରେ ବିରୋଧୀ ଦଳ ବହୁ ଅପପ୍ରଚାର କରିଛନ୍ତି । ସରକାରକୁ ବଦନାମ କରିବା ପାଇଁ ମିଛ କାହାଣୀ କହିଛନ୍ତି । ନକରାତ୍ମକ ରାଜନୀତି କରିଛନ୍ତି ବିରୋଧୀ । ଆଗାମୀ ପୌର ନିର୍ବାଚନରେ ମଧ୍ୟ ସେମାନେ ସେହିଭଳି ଅପପ୍ରଚାର କରିବେ ।
ଲୋକଙ୍କ ଆଗରେ ବିରୋଧୀ ଦଳର ଅପପ୍ରଚାରର ମୁଖା ଖୋଲିବା ବିଜେଡିର ପ୍ରତି କର୍ମୀଙ୍କର ଦାୟିତ୍ୱ । ବିଜେଡି ସକାରାତ୍ମକ ରାଜନୀତିରେ ବିଶ୍ଵାସ କରେ । ସବୁଠୁ ଦୁର୍ଗମ ଅଞ୍ଚଳରେ ଥିବା ସବୁଠାରୁ ଗରିବ ଲୋକ ବିଶ୍ୱାସ ହାସଲ ହିଁ ଶ୍ରେଷ୍ଠ ସଫଳତା । ଏହି ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଏଥିସହ ସେ କହିଛନ୍ତି, Transformative Governance ଓ ଲୋକଙ୍କୁ ସଶକ୍ତୀକରଣ ହେଉଛି ଆମର ହଲମାର୍କ । ସହରର ଗରିବ ଲୋକଙ୍କ ପାଇଁ ଜାଗା ମିଶନ ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି । ପଞ୍ଚାୟତ ଭଳି ପୌର ନିର୍ବାଚନରେ କଠିନ ପରିଶ୍ରମ ପାଇଁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ