ଏକା ସାଙ୍ଗରେ ରଥ ଟାଣିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତି

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଦୁଇ ବର୍ଷ ପରେ ରଥଯାତ୍ରା । ସମସ୍ତଙ୍କ ଭିତରେ ଉତ୍ସାହ ଭରିଥିଲା । ରାତିରେ ବିଦେଶ ଗସ୍ତରୁ ଫେରି ଆଜି ପୁରୀ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରା ଦେଖିବାକୁ ବଡ଼ଦାଣ୍ଡରେ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌ ମୁରଲୀଧର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଞ୍ଚ ଉପରେ ରହି ଭକ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଥିଲେ ସମସ୍ତେ । ବଡ଼ଦାଣ୍ଡରେ ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଲକ୍ଷାଧିକ ଭକ୍ତଙ୍କ ଗହଣକୁ ଯାଇ ନନ୍ଦିଘୋଷ ରଥ ଦଉଡି ଧରି ଟାଣିଥିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ହାଇକୋର୍ଟ ମୁଖ୍ୟ ବିଚାରପତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପୁରୀରେ ମହାବାହୁଙ୍କୁ ଦର୍ଶନ କରିଛନ୍ତି । ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀ ବଡ଼ଠାକୁରଙ୍କ ଦର୍ଶନ ପାଇଁ ପୁରୀ ଯାଇଥିଲେ । କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ସହ ଅନେକ ବରିଷ୍ଠ ପଦାଧିକାରୀ ପୁରୀରେ ଉପସ୍ଥିତ ଥିଲେ । ରଥଯାତ୍ରା ଅବସରରେ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ ପୁସ୍ତକ ଉନ୍ମୋଚିତ ହୋଇଥିଲା

Leave A Reply

Your email address will not be published.