ମୋଦିଙ୍କୁ ଭେଟିବା ପରେ ନବୀନଙ୍କ ପ୍ରତିକ୍ରିୟା, ଏକାକୀ ଲଢ଼ିବ ବିଜୁ ଜନତା ଦଳ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି ଯେ, ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ବିଜେଡି ଏକାକୀ ଲଢ଼ିବ ।

ମୈଦାନକୁ କୌଣସି ପାର୍ଟି ସହ ବିଜୁ ଜନତା ଦଳ ଓହ୍ଲାଇବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।ରାଜଧାନୀ ଦିଲ୍ଲୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଏମତି ଖୁଲମଖୁଲା ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତାହା ସହ ସେ ଆହୁରି କହିଛନ୍ତି କି, ସର୍ବଦା ଏହା ଆମର ମୁଖ୍ୟ ନୀତି । ତୃତୀୟ ସାମୁଖ୍ୟ ନୀତରେ ଆମେ ନାହୁଁ । ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲାଖୋଲି କହିଛନ୍ତି । ଖାଲି ଏତିକି ନୁହେଁ, ମାତ୍ର କିଛି ମିନିଟ୍‌ର ସାମ୍ବାଦିକମାନଙ୍କ ସାକ୍ଷାତରେ ନବୀନ ୨୦୨୪ ନିର୍ବାଚନକୁ ନେଇ ସ୍ପଷ୍ଟ ଆଭିମୁଖ୍ୟ ରଖିଥିବା ଦେଖିବାକୁ ମିଳିଛି ।

ନିର୍ବାଚନ ପ୍ରସଙ୍ଗରେ ଆହୁରି କିଛି ଛୋଟ ବଡ଼ କଥା ଉଠାଇଛନ୍ତି ନବୀନ। ନବୀନଙ୍କ  ଏହି ମନ୍ତବ୍ୟ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.