ଟିଫିନ ବୋମା ଖଞ୍ଜିଥିଲେ ନକ୍ସଲ; ଲ୍ୟାଣ୍ଡମାଇନ୍ ଠାବ କଲା ସୁରକ୍ଷାବାହିନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଏସଏଫ୍ ଯବାନଙ୍କୁ ମିଳିଛି ସଫଳତା। ଫୁଟିବା ପୂର୍ବରୁ ଗଛ ମୂଳରେ ଖଞ୍ଜା ଯାଇଥିବା ଟିଫିନ ବୋମାକୁ ନିଷ୍କ୍ରିୟ କରିଛନ୍ତି ବିଏସଏଫ ଯବାନ। ଏପରି ଘଟଣା ଘଟିଛି  ମାଲକାନଗିରି ଜିଲ୍ଲାରେ | ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ଅଞ୍ଚଳରେ ଚାଲିଛି ମାଓବାଦୀଙ୍କ ଷଡଯନ୍ତ୍ର।

ନକ୍ସଲମାନେ ମିଳିତ ଷଡଯନ୍ତ୍ର କରିବା ବେଳେ ମାଓ ଯୋଜନା ପଣ୍ଡ କଲା ସୁରକ୍ଷବାହିନୀ। ଜିଲ୍ଲାର ଭେଜେଙ୍ଗୱାଡା ଜଙ୍ଗଲରେ ନକ୍ସଲମାନେ ଗଛ ମୂଳରେ ଟିଫିନ ବୋମା ଖଞ୍ଜିଥିଲେ। ଗତକାଲି ବିଏସଏଫ୍ ଯବାନମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ଟିଫିନ ବୋମା ସହ ଡିଟୋନେଟର ଓ ବିଦ୍ୟୁତ୍ ତାର ଉଦ୍ଧାର କରିଥିଲେ। ପରେ ସୁରକ୍ଷାକର୍ମୀନେ ତାକୁ ନିଷ୍କ୍ରିୟ କରିଦେଇଥିଲେ।

ଏହି ସମୟରେ ଗୋମ୍ଫାକୋଣ୍ଡା କେନାଲ ରାସ୍ତା ଉପରେ କିଛି ବିଦ୍ୟୁତ ତାର ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ମାଟି ତଳୁ ପ୍ରାୟ ଦେଢ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ୍ ଠାବ ହୋଇଥିଲା। ସୁରକ୍ଷାବାହିନୀ ଏହାକୁ ନିଷ୍କ୍ରିୟ କରିଦେଇଛନ୍ତି।ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ନକ୍ସଲମାନେ ଏହି ବୋମା ଖଞ୍ଜିଥିବା ସନ୍ଦେହ କରାଯାଉଛି। ବିଏସଏଫ୍ ଯବାନଙ୍କ ସତର୍କତା ଯୋଗୁ ଏକ ବଡ଼ ଅଘଟଣ
ଟଳିଯାଇଛି।

Leave A Reply

Your email address will not be published.