ଅଲମ୍ପିକ୍ସରେ ଇତିହାସ ରଚିଲେ ନୀରଜ: ଭାରତକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ

0

ଭାରତ ସ୍ୱାଧୀନ ହେବା ଦିନଠାରୁ ଅଲିମ୍ପିକ୍ସରେ ଯାହା କରିପାରି ନଥିଲା,ସେକଥା ଆଜି ଆଥଲେଟ ନୀରଜ ଚୋପ୍ରା କରି ଦେଖାଇଛନ୍ତି। ଜାଭେଲିନ ଥ୍ରୋ ଇଭେଣ୍ଟରେ ଭାରତର ନୀରଜ ଚୋପ୍ରା ଆଜି ପଦକ ଜିତିଛନ୍ତି। ସେ କେବଳ ପଦକ ଜିତି ନାହାନ୍ତି ବରଂ ଦେଶ ପାଇଁ ଏକାଥରକେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି।

ଆଜି ଯାଏ ଅଲିମ୍ପିକ୍ସର କୌଣସି ସଂସ୍କରଣରେ ଭାରତର କେହି ବି ଆଥଲେଟିକ୍ସରେ ପଦକ ଜିତି ନଥିଲେ। ଶେଷଥର ପାଇଁ ୧୯୦୦ ମସିହାର ଜୁଲାଇ ୨୨ରେ ବ୍ରିଟିଶ-ଇଣ୍ଡିଆର ନୋରମାନ ପ୍ରୀଟଚାର୍ଡ ୨୦୦ ମିଟର ରନିଂ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ଏହାପରେ ବ୍ରିଟିଶ ଇଣ୍ଡିଆ କିମ୍ବା ସ୍ୱାଧୀନତା ପରେ କୌଣସି କ୍ରୀଡ଼ାବିତ ଭାରତ ପାଇଁ ଆଥଲେଟିକ୍ସରେ ପଦକ ଜିତି ନଥିଲେ।

ନିରଜଙ୍କ ଏହି ସଫଳତା ପାଇଁ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନୀରଜ ଆଜି ପ୍ରଥମ ପ୍ରୟାସରୁ ହିଁ ଦମ ଦେଖାଇଥିଲେ। ପ୍ରଥମେ ସେ ୮୭.୦୩ ମିଟିର ଜାଭେଲିନକୁ ଫୋପାଡ଼ି ଥିଲେ। ଏହାପରେ ଦ୍ୱିତୀୟ ପ୍ରୟାସରେ ସେ ରେକର୍ଡ ୮୭.୫୮ ମିଟିର ଦୂରତାକୁ ଜାଭେଲିନ ଫୋପାଡ଼ି ଏକା ପ୍ରକାରର ସ୍ୱର୍ଣ୍ଣ ପଦକ ପକ୍କା କରି ନେଇଥିଲେ।

Leave A Reply

Your email address will not be published.