ନିଟ୍‌ ବିଭ୍ରାଟ ତାତି: ମୁଲକତୀ ପ୍ରସ୍ତାବ ଦେଲେ ବିରୋଧୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଷ୍ଟାଦଶ ଲୋକସଭା ଅଧିବେଶନରେ ବିରୋଧୀଙ୍କ ସଂଖ୍ୟା ପୂର୍ବାପେକ୍ଷ ଅଧିକ ରହିବା ସହ ଚଳିତ ଅଧିବେଶନ ପ୍ରଥମରୁ ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିଛି । ଏହି ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ଗୋଟିଏ ଦିନ ଆଲୋଚନାକୁ ବାଚସ୍ପତି ଅନୁମତି ନ ଦେବାକୁ କକ୍ଷତ୍ୟାଗ କରିଛନ୍ତି ବିରୋଧୀ। ଆଜି ସଂସଦ ଅଧିବେଶନ ଆଲୋଚନା ସମୟରେ ରାହୁଲ ଗାନ୍ଧି କହିଥିଲେ, “NEET ପରୀକ୍ଷାରେ ଅନିୟମିତତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।

ଏହି କାରଣରୁ ୨ କୋଟିର ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ୭୦ ଥର ପେପର୍ ଲିକ୍ ହେଲାଣି। ଆମେ ଏହି ପ୍ରସଙ୍ଗ ଉପରେ ଗୋଟିଏ ଦିନ ସ୍ୱତନ୍ତ୍ର ଆଲୋଚନା କରିବାକୁ ଚାହୁଁଛୁ।” ଆଜି ଏହି ପ୍ରସଙ୍ଗରେ ଏକାଧିକ ବିରୋଧୀ ସାଂସଦ ମୁଲତବୀ ପ୍ରସ୍ତାବ ନୋଟିସ୍‌ ଦେଇଥିଲେ । ହେଲେ ଏହାକୁ ବାଚସ୍ପତି ଓମ ବିର୍ଲା ଗ୍ରହଣ କରିନଥିଲେ । ଗୃହକାର୍ଯ୍ୟରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

ଏହା ପରେ ଦ୍ବିତୀୟ ଘଟଣାକ୍ରମରେ ଗୃହ ବାହାରେ ସଂସଦ ପରିସରରେ ବିରୋଧୀମାନେ ଏକାଠି ହୋଇ ନାରାବାଜୀ କରିଥିଲେ । ମକର ଦ୍ବାର ନିକଟରେ କିଛି ସମୟ ଧାରଣାରେ ବସିଥିଲେ । ମିଳିତ ବିରୋଧୀଙ୍କ ସମସ୍ତ ସାଂସଦ ହାତରେ ପ୍ଲାକକାର୍ଡ ଧରି ମୋଦି ସରକାରରେ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ହେଉଥିବା ଅଭିଯୋଗ କରି ନାରାବାଜୀ କରିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ‘ସିବିଆଇ’ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ କରିଥିଲେ ।

Comments are closed.