ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଓଡ଼ିଶାରୁ ଜଣେ ଅଭିଯୁକ୍ତ ଗିରଫ। ଭୁବନେଶ୍ୱରରୁ ଆଉ ଜଣେ ଅଭିଯୁକ୍ତଙ୍କୁ ସିବିଆଇ ଆଜି ଗିରଫ କରିଛି। ତାଙ୍କ ନାମ ସୁଶାନ୍ତ ରାଉତ ବୋଲି ସୂଚନା ମିଳିଛି।
ସୁଶାନ୍ତର ପ୍ରଶ୍ନପତ୍ର ବିତରଣରେ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା । ପ୍ରଶ୍ନପତ୍ର ଲିକ୍ କରି ବାଣ୍ଟିବାରେ ସୁଶାନ୍ତଙ୍କ ଭୂମିକା ରହିଥିବା ପ୍ରମାଣ ପାଇଛି ସିବିଆଇ। ଭୁବନେଶ଼୍ବରରୁ ସୁଶାନ୍ତଙ୍କୁ ଗିରଫ କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଭୁବନେଶ୍ୱରରୁ ଗିରଫ ହେବା ପରେ ସୁଶାନ୍ତଙ୍କ ପାଟନା ନେଇ କୋର୍ଟରେ ହାଜର କରାଯାଇଛି।
ସିିବିଆଇ ୧୦ଦିନିଆ ରିମାଣ୍ଡ ଆବେଦନ କରିଥିବା ବେଳେ କୋର୍ଟ ୫ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ସିବିଆଇ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା । ପରେ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ପୂର୍ବରୁ ନିଟ୍ ମାମଲାରେ ବିହାର, ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରୁ ଅଭିଯୁକ୍ତମାନଙ୍କୁ ଗିରିଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ।