ନୂଆ ପୋଷାକ, ନୂଆ ବର୍ଷରୁ

ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା

0

ଓଡ଼ିଆ ନ୍ୟୁଜ, ପୁରୀ :  ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା । ନଚେତ୍ ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା । ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିରଭିତରକୁ ଯିବେ ଭକ୍ତ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଧାର୍ମିକ ମନୋଭାବ ଓ ଆଧ୍ୟାମିôକତା ଭାବନାକୁ ନେଇ ଭକ୍ତମାନେ ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଛି ।

ଆସନ୍ତା ଜାନୁୟାରୀ ୧ ରୁ ରଡାକଡି ଭାବେ ଲାଗୁ ହେବ ଏହି ନିୟମ । ସିଂହଦ୍ୱାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ । ଚିରା ଫଟା ଜିନ୍ସ , ସ୍ଲିଭ ଲେସ ପୋଷାକ , ହାପ୍ ପ୍ୟାଟଂ ପିନ୍ଧିଥିଲେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । କେବଳ ୧୨ ବର୍ଶରୁ କମ୍ ପିଲାଙ୍କୁ ହାପ୍ ପ୍ୟାଟଂ ପିନ୍ଧି ଯିବାକୁ ଅନୁମତି ଦିଆଯିବ । ପୂର୍ବରୁ ବାରମ୍ଭାର ସେବାୟତ ଓ ବୁଦ୍ଧିଜୀବୀଙ୍କ କ୍ଷରୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ ପ୍ରଶାସନ ଅନୁରୋଧ କରିଥିଲା ।

ଏବେ ଆକ୍ସନ ମୋଡକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ । ଏଥିସହିତ ବାଳଧୂପ ଓ ରାଇଦାମୋଦର ବେଶ ନୀତି ପାଇଁ ପ୍ରତିଦିନ ଭୋର ୪ଟାରେ ଦ୍ୱାର ଫିଟା ଓ ଭୋର ୫ ଟାରେ ମଙ୍ଗଳ ଆରତି ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.