ରାଇରଙ୍ଗପୁର ମହାବିଦ୍ୟାଳୟରେ ନୂଆ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର ମହାବିଦ୍ୟାଳୟରେ ନୂଆ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ | ରାଇରଙ୍ଗପୁର ମହାବିଦ୍ୟାଳୟରେ ନୃତ୍ୟ, ସଂଗୀତ, ସାହିତ୍ୟ, କ୍ରୀଡା ଓ ସମାଜସେବା ପରି ସମନ୍ବିତ ଯୁବ ବିକାଶ ମୂଳକ ନୂଆ ଓଡିଶା କାର୍ଯ୍ୟକ୍ରମ ଗତ ବାର ତାରିଖ କଲେଜ ଅଧ୍ୟକ୍ଷ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଁସଦାଃ , ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟର ପରିଚାଳନା ସମିତିର ଅଧ୍ୟକ୍ଷ ଡକ୍ଟର ପ୍ରମୋଦ କୁମାର ମହାନ୍ତ, ସମ୍ମାନିତ ଅତିଥି ରୂପେ ମହାବିଦ୍ୟାଳୟର ଆଲୁମିନି କମିଟୀର ସଂପାଦକ ପାର୍ଥ ସାରଥୀ କବି, ଓ ଏସ ଏସ ଡି ପି ର ଉପଦେଷ୍ଟା ଦୀପ୍ତିମାନ ବଳ, ରାଇରଙ୍ଗପୁର ପୌରପାଳିକାର ଉପାଧ୍ୟକ୍ଷା ମମିତା ଚୌଧୂରୀ , ନୂଆ ଓଡିଶା କାର୍ଯ୍ୟକ୍ରମର ନୋଡାଲ ଅଫିସର ପ୍ରାଧ୍ୟାପକ ସୁନୀଲ କୁମାର ଜେନା ଓ ଉପଦେଷ୍ଟା ଡକ୍ଟର ବୀର ନାରାୟଣ ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ |

ଗ୍ରାମାଂଚଳରେ ବଣମଲ୍ଲୀ ପରି ସୁଯୋଗ ଅଭାବରେ ଝରିପଡିଥିବା ଯୁବ ପ୍ରତିଭାର ସମୁଚିତ ବିକାଶ ସାଧନ ହିଁ ନୂଆ ଓଡିଶା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ | ଏହାପରେ ଯୁକ୍ତ ଦୁଇ ଓ ତିନି ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ଆଜି ଛାତ୍ରଛାତ୍ରୀ ମଧ୍ୟରେ ସଂଗୀତ, କୁଇଜ୍, ରଚନା, କବିତା ଆବୃତ୍ତି, ମୂରୁଜ ଅଂକନ, ଆଦିବାସୀ ନୃତ୍ୟ , ଓଡିଶୀ ନୃତ୍ୟ ତଥା କ୍ରୀଡା ପ୍ରତିଯୋଗିତା ହୋଇଥିଲା |  ଏଥିରେ କଲେଜର ଅଧ୍ୟାପକ ହଳଧର ବାରିକ, ଡକ୍ଟର ମିଲନ ମହାନ୍ତ, ଅଧ୍ୟାପିକା ସୁମିତ୍ରା ପାତ୍ର, ଅଧ୍ୟାପକ ରଶ୍ବବିତା ଖୋସଲା, ଶୁଭାଶିଷ ସାହୁ, ଦେବାଶିଷ ସିଂ, ସୁନୀଲ କୁମାର ରଜକ, ମାନସ ରଂଜନ ସାହୁ, ଆନ୍ଦ୍ରେଶ ମାଣ୍ଡି, କ୍ଷିରୋଧ କୁମାର ତୁର୍କ, ଆଦିମ ମାର୍ସାଲ ମାଇନା ଠାକୁର ମୁର୍ମୁ, ରୂପଦ ମହାନ୍ତ, ବି ବି ପାଣିଗ୍ରାହୀ, ରାଜେଶ କୁମାର ରାମ, ପୂର୍ଣ୍ଣିମା ମାର୍ଣ୍ଡି, ଅଜିତ ମହାପାତ୍ର, ବନ୍ଦିତା ମହାନ୍ତ, ବିଶ୍ବ ରଂଜନ ଜେନା, ଜିନିୟା ଭଟ୍ଟାଚାର୍ଯ୍ୟ, ମେନକା ମହାକୁଡ, ବର୍ଷା ସୁମନ, ଗୋବଦ୍ଧନ ମୁର୍ମୁ, ନାରାୟଣ ମୁର୍ମୁ, ଆଲୋକ କୁମାର ପଟ୍ଟନାୟକ, ହେମନ୍ତ କୁମାର ଗିରି, ଦାରା ସିଂ ମହାନ୍ତ ଓ ମଂଜୁଲତା ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ |

Leave A Reply

Your email address will not be published.