ରାଇରଙ୍ଗପୁର ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟରେ ନୂଆ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟରେ ନୂଆ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ | ଆଜି ରାଇରଙ୍ଗପୁର ସହରସ୍ତ ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟରେ ସଭାପତି ତଥା ଅଧ୍ୟକ୍ଷ ଶ୍ରୀଯୁକ୍ତ ରବିଶଙ୍କର ଶତପଥୀଙ୍କ ସଭାପତିତ୍ବରେ ନୂଆ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଭାରତୀ ହାଁସଦାଃ, ମୁଖ୍ୟ ବକ୍ତା ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ବିଡିଓ ନାରାୟଣୀ ପ୍ରିୟଦର୍ଶୀନୀ ପଣ୍ଡା, ସାମ୍ବାଦିକ ତୁଷାର କାନ୍ତ ମହାନ୍ତ, ସୌରଭ ପଟ୍ଟନାୟକ, ଆଲୁମନି ସଭାପତି ତନୁଜା ମହାନ୍ତ, ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଁସଦାଃ, ପରିଚାଳନା କମିଟୀ ସଦସ୍ୟା ନୈନା ନାଜ, ସଂଯୁକ୍ତା ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ |

ନବୀନ ଓଡିଶା ନୂଆ ଓଡିଶା କାର୍ଯ୍ୟକ୍ରମର ଆଇ ୱାଇ ଡି ପି ନୋଡାଲ ଅଫିସର ଅଧ୍ୟାପକ ବିଜୟ କୁମାର ରାମ ଅତିଥି ପରିଚୟ ସହିତ ସଭା ପରିଚାଳନା କରିଥିଲେ | ସଭା ପ୍ରାରମ୍ଭରେ ଅଧ୍ୟାପିକା ତିଳୋତ୍ତମା ଷଡଙ୍ଗୀ ଙ୍କ ସୁଲଳିତ କଣ୍ଠରେ ପ୍ରଦୀପ ପ୍ରଜ୍ଜଳନ ଓ ଶ୍ରୀ ଜଗନ୍ନାଥ ପୂଜାର୍ଚ୍ଚନା ହୋଇଥିଲା | ସଭାପତି ତାଙ୍କର ସଭାପତିତ୍ବ ବକ୍ତବ୍ୟ ରଖିଥିଲେ | ପରିଚାଳନା କମିଟୀ ସଭାପତି ମାଡମ୍ ମାଳତୀ ପରିଡା ବକ୍ତବ୍ୟ ପ୍ରଦାନ କରିଥିଲେ | ଆଇ ୱାଇ ଡି ପି ର ନୂଆ ଓଡିଶା ସଂପର୍କରେ ଅଧ୍ୟାପିକା ରାଜଶ୍ରୀ ଦାଶ ବିବରଣୀ ପାଠ କରିଥିଲେ | ଏହା ପରେ ଅତିଥିଗଣ ନୂଆ ଓଡିଶା କାର୍ଯ୍ୟକ୍ରମ ସଂପର୍କରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ | ଗତ ମାସ ୧୫ ତାରିଖ ରୁ ୩୧ ତାରିଖ ମଧ୍ୟରେ ସାମାଜିକ କ୍ଲବ, କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କୃତିତ୍ବ ଅର୍ଜନ ତରିଥିବା ଛାତ୍ରୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ |

ଏଥିରେ ଅଧ୍ୟାପିକା ସେବତୀ ବେହେରା, ଯଶୋଧାରା ମହାନ୍ତ, ରେଣୁକା ମହାନ୍ତ ସହିତ କଲେଜର ସମସ୍ତ ଅଧ୍ୟାପିକା ଓ କର୍ମଚାରୀଗଣ ଉପସ୍ଥିତ ଥିଲେ | ପରିଶେଷରେ ଡକ୍ଟର ରାଜେନ୍ଦ୍ର ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ | ଆଜିର ଉଦଯାପନୀ କାର୍ଯ୍ୟକଳାପରେ ସକ୍ରିୟ ସ୍ବେଛାସେବୀ ଭାବରେ ଛାତ୍ରୀ ବର୍ଷାରାଣୀ ବାରିକ, ଶୁଭଲକ୍ଷ୍ମୀ ମହାନ୍ତ, କାର୍ମୀ ହାଁସଦାଃ, ଅପର୍ଣ୍ଣା ଶ୍ରୀ ମଣ୍ଡଳ, ରିମା ମହାନ୍ତ, ଦେବସିନୀ ମାଦଲି, ବିଜୟ ଲକ୍ଷ୍ମୀ ମହାନ୍ତ ଓ ସୁଜାତା ପରିଡା ପ୍ରମୁଖ ସହଯୋଗ କରିଥିଲେ |

Leave A Reply

Your email address will not be published.