ବିଜାତଳା କେସିଡିକେ କଲେଜରେ ନୂଆ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ବିଜାତଳା କେ ସି ଡି କେ କଲେଜରେ ନୂଆ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ | ସମୁଚିତ ଓଡିଶାର କୋଣ ଅନୁକୋଣରେ ଥିବା ଯୁବ ପ୍ରତିଭାକୁ ପ୍ରସ୍ପୁଟିତ କରିବା ମାଧ୍ୟମ ନୂଆ ଓଡିଶା | ଏହା ଦ୍ବାରା ଲୁଚିରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ହେଉଛି ଏହାର ଉଦ୍ଦେଶ୍ୟ | ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ କୈଳାଶ ଚନ୍ଦ୍ର ଦିଲ୍ଲୀପ କୁମାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମୁଚିତ ଯୁବ ପ୍ରତିଭା ବିକାଶ ନୂଆ ଓଡିଶା କାର୍ଯ୍ୟକ୍ରମ ଗତ ୧୨ ତାରିଖ ଅଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ହାତୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ମୁଖ୍ୟ ଅତିଥି ଭାବେ ସାରସକଣା ବିଧାୟକ ଡକ୍ଟର ବୁଢାନ ମୁର୍ମୁ, ସମ୍ମାନିତ ଅତିଥି ରୂପେ ୩୨ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ମୀନା ସୋରେନ, ବିଜାତଳା ବ୍ଲକ ଅଧ୍ୟକ୍ଷା ରାନୀ ମୁର୍ମୁ ଓ ପୂର୍ବତନ ସଂପାଦକ କୈଳାଶ ଚନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ନୂଆ ଓଡିଶା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ଏହା ଦ୍ବାରା ଛାତ୍ରଛାତ୍ରୀମାନଙ୍କ ଭିତରେ ଥିବା ଅନ୍ତନିହିତ ଗୁଣ ବିକଶିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ | ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା | ତା ପରଦିନ ଠାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତର୍କ, ଷ୍ଟାଣ୍ଡ ଅଫ୍ କମେଡି, ନୃତ୍ୟ ଏକକ ଓ ଗ୍ରୁଫ୍, ଗୀତ, ଚିତ୍ରାଙ୍କନ, ରଚନା ଓଡିଆ ଓ ଇଂରାଜୀ, ଝୋଟି ଚିତା ଆଦି ପ୍ରତିଯୋଗିତା ହୋଇଥିଲା |

ଏଥିସହିତ କୃତୀପ୍ରତିଯୋଗୀ ମାନଙ୍କର ନାମ ଘୋଷିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଭାବେ ନୂଆ ଓଡିଶା କାର୍ଯ୍ୟକ୍ରମ ନୋଡାଲ ଅଫିସର ତଥା ବରିଷ୍ଟ ଇଂରାଜୀ ଅଧ୍ୟାପକ ପ୍ରତାପ ଚନ୍ଦ୍ର ବରାଳ, ଅଧ୍ୟାପକ କୃଷ୍ଣସିଂ ମହାନ୍ତ, ଅଧ୍ୟାପିକା ରେଣୁବାଳା ମହାନ୍ତ, ଅଧ୍ୟାପିକା ରଶ୍ମିତା ଗିରି, ପିଇଟି ପୂର୍ଣ୍ଣଚନ୍ଦ୍ର ଦାସ, ଗ୍ରନ୍ଥାଗାରିକ ରଜତ କୁମାର ଗିରି, ଅଧ୍ୟାପିକା ଲକ୍ଷ୍ମୀମଣି ସାହୁ ତଥା କର୍ମଚାରୀ ସନ୍ତୋଷ କୁମାର ମହାନ୍ତ ଓ ଅଜୟ କୁମାର ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ | ଆସନ୍ତା ୧୫ ଓ ୧୬ ତାରିଖ ସାମାଜିକ ସ୍ବଚ୍ଚତା କାର୍ଯ୍ୟକ୍ରମ ହେବ ବୋଲି ନୋଡାଲ ଅଫିସର ଘୋଷଣା କରିଥିଲେ |

Leave A Reply

Your email address will not be published.