ପରିବହନ ବିଭାଗର ନୂଆ ନିୟମ, ବିନା ପ୍ରଶିକ୍ଷଣରେ ମିଳିବ ନାହିଁ ଲାଇସେନ୍ସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସଡ଼କ ଦୁର୍ଘଟଣା ଉପରେ ଲଗିବ ରୋକ।  ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ରୋକିବାକୁ ପରିବହନ କମିସନ ଏକ ନୂଆ ଉପାୟ ଚିନ୍ତା କରିଛନ୍ତି ।ଏବେ ଆଉ ବିନା ପ୍ରଶିକ୍ଷଣରେ କାହାରିକୁ ମିଳିବ ନାହିଁ ଲାଇସେନ୍ସ । ସଡ଼କ ସୁରକ୍ଷା ଓ ଫାଷ୍ଟ୍‌ଏଡ୍‌ ଆଦିରେ ସାମାନ୍ୟ ଜ୍ଞାନ ଆସିବା ପରେ ଯାଇ ଜଣେ ଆବେଦନକାରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ। ଫଳରେ ରାସ୍ତା ଘଟୁଥିବା ଅସୁବିଧା ସବୁକୁ ଏଡ଼େଇ ଦେଇ ହେବ।

ଖୁବ୍‌ ଶ୍ରୀଘ୍ର ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ଆବେଦନକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ସୂଚନା ରହିଛି। ଏ ନେଇ ଅନୁମତି ପାଇଁ ପରିବହନ କମିସନର ପରିବହନ ବିଭାଗକୁ ଚିଠି ଲେଖିଥିଲେ। ଗତକାଲି ବିଭାଗ ତରଫରୁ ଅନୁମତି ବି ମିଳିସାରିଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ଲୋକଙ୍କୁ ସଡ଼କ ସୁରକ୍ଷା ଓ ପାଷ୍ଟ୍‌ଏଡ୍‌ ଆଦି ସଂପର୍କରେ ପ୍ରାଥମିକ ଜ୍ଞାନ ଦେବାକୁ ଏହି ପ୍ରଶିକ୍ଷଣ ଦିଆଯିବ।

Leave A Reply

Your email address will not be published.