ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ “ନବକଳେବର” ନାଟକର ଶୁଭ ଉଦଘାଟନ ଅବସରରେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଭାପ୍ରସେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ I ଓଡ଼ିଆ ସଂସ୍କୃତି ପ୍ରଭୁ ଜଗନ୍ନାଥଙ୍କ ମୂଳଦୁଆ ପାଇଁ ଉତ୍ସର୍ଗୀକୃତ, “ନବକଳେବର” ନାଟକ, ଏକ ଐତିହାସିକ ନାଟକ I ମୋଗଲମାନେ ଜଗନ୍ନାଥ ମନ୍ଦିର ଉପରେ 15 ଥର ଆକ୍ରମଣ କରିଥିଲେ।
ସେହି ସମୟରେ ଗଜପତି ଏବଂ ସେବାୟତମାନେ ଭଗବାନ ଜଗନ୍ନାଥଙ୍କୁ ଲୁଚାଇ ରଖିଥିଲେ ଏବଂ ଏହା ଦ୍ୱାରା ଓଡ଼ିଶାର ସମ୍ମାନ ରକ୍ଷା କରିଥିଲେ I କିନ୍ତୁ କେଉଁ ପରିସ୍ଥିତିରେ ସେମାନେ ଏହା କରିଥିଲେ, ଓଡ଼ିଶାର ଅଧିକାଂଶ ଲୋକ ଏହି ଘଟଣା ବିଷୟରେ ଅବଗତ ନୁହଁନ୍ତି I ସେହି ବିଷୟରେ ଓଡ଼ିଶାର ଲୋକଙ୍କୁ ସଚେତନ କରିବା ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଆମେ “ନବକଳେବର” ନାଟକ ମଞ୍ଚ କରୁଅଛୁ I