ଓଡିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ସମେତ ଦେଶର ୨୬ ଟି ସ୍ଥା ନରେ NIAରେ ଚଢଉ। ମାଓବାଦୀଙ୍କ ଟେରର ଫଣ୍ଡିଙ୍ଗ ନେଟୱର୍କକୁ ନେଇ ଚଢ଼ାଉ କରାଯଇଥିବା ସୂଚନା ମିଳିଛି। ଭୁବନେଶ୍ୱରର ଗୋଟିଏ ସ୍ଥାନରେ କମିଶନରେଟ ପୋଲିସ ସହୟତରେ ଚଢ଼ାଉ ହୋଇଛି। ବିହାରର ୨୩ ଟି ସ୍ଥାନରେ ଚଢ଼ାଉ ହୋଇଛି। ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଗୋଟିଏ ଲେଖାଏଁ ସ୍ଥାନରେ ଚଢ଼ାଉ କରାଯାଇଛି।
ଚଢାଉରେ ୩ଟି ଦେଶୀ ବନ୍ଧୁକ, ଗୋଟିଏ .୩୫୧ ବୋର ରାଇଫଲ, ୫୯ଟି ଜୀବନ୍ତ ଗୁଳି, କିଛି ଡିଜିଟାଲ ଡିଭାଇସ, ନକ୍ସଲ ଲିଟରେଚର, ୪ କେଜି ନିଶା ଦ୍ରବ୍ୟ ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରିରହିଥିବା ସୂଚନା ମିଳିଛି।